ରାଜସ୍ଥାନରାଜ୍ୟଶୀର୍ଷ ଖବର
Trending

ଏକ ଘରୋଇ ଉତ୍ସବରୁ ଫେରୁଥିବା ବେଳେ ଧକା ଦେଲା ବସ ୮ ଶିଶୁଙ୍କ ସମେତ ୧୧ ମୃତ !

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍-ଟେମ୍ପୋ ଧକ୍କା

ରାଜସ୍ଥାନର ଧୋଲପୁରରୁ ଏକ ହୃଦୟ ବିଦାରକ ଖବର ଆସିଛି। ଏଠାରେ କରୌଲି-ଧୋଲପୁରର ଏନଏଚ-୧୧ବି’ର ସୁନିପୁର ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ବସ୍ ଏବଂ ଟେମ୍ପୋ ମଧ୍ୟରେ ଧକ୍କାରେ ୮ ଶିଶୁ, ୨ ମହିଳା ଏବଂ ଜଣେ ପୁରୁଷ ପ୍ରାଣ ହରାଇଛନ୍ତି। ମୃତଦେହ ଚିହ୍ନଟ କରିବା ପରେ ପୁଲିସ ସେମାନଙ୍କୁ ବାଡି ଡାକ୍ତରଖାନାରେ ରଖିଛନ୍ତି…ଏକ ସ୍ଲିପର କୋଚ୍ ବସ୍ ଏବଂ ଟେମ୍ପୋ ମଧ୍ୟରେ ଧକ୍କା ଘଟିଛି। ସମସ୍ତ ମୃତକଙ୍କ ମୃତଦେହ ବାଡି ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି।

ମାମଲା ବାଡି ସଦର ପୁଲିସ ଷ୍ଟେସନ ଅଞ୍ଚଳର। ଟେମ୍ପୋ ଆରୋହୀ ବାଡି ସହରର ଗୁମାତ୍ ମୋହଲାଙ୍ର ବାସିନ୍ଦା । ବାରୁଲି ଗାଁରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସମସ୍ତେ ଫେରୁଥିଲେ। ମୃତକଙ୍କ ମଧ୍ୟରେ ୧୪ ବର୍ଷ ବୟସ୍କା ଆସମା, ୮ ବର୍ଷ ସଲମାନ, ୬ ବର୍ଷ ବୟସ୍କ ସାକିର, ୧୦ ବର୍ଷ ବୟସ୍କ ଦାନିଶ, ୫ ବର୍ଷ ବୟସ୍କ ଆଜାନ, ୧୯ ବର୍ଷ ବୟସ୍କ ଆଶିଆନା, ୭ ବର୍ଷ ବୟସ୍କ ସୁଖୀ ଏବଂ ୯ ବର୍ଷ ବୟସ୍କ ସାନିଫଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଏହି ଦୁର୍ଘଟଣାରେ ଦୁଇ ମହିଳା, ୩୫ ବର୍ଷିୟ ଜରିନା ଏବଂ ୩୨ ବର୍ଷିୟ ଜୁଲି ପ୍ରାଣ ହରାଇଛନ୍ତି। ଏଥିସହିତ ଏହି ଦୁର୍ଘଟଣାରେ ୩୮ ବର୍ଷିୟ ଇରଫାନ ଓରଫ ବଣ୍ଟି ମଧ୍ୟ ମୃତ୍ୟୁ ବରଣ କରିଛନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!