ଓଡିଶାଶୀର୍ଷ ଖବର
Trending

ଡାକ୍ତରଖାନାରେ ଭର୍ତ୍ତି ହେଲେ ରଜନୀକାନ୍ତ

ପେଟରେ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ ରଜନୀକାନ୍ତ

ହଠାତ୍ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ  ସାଉଥ ସୁପରଷ୍ଟାର ରଜନୀକାନ୍ତ । ସୁପରଷ୍ଟାର ରଜନୀକାନ୍ତଙ୍କୁ ଚେନ୍ନାଇର ଗ୍ରିମସ୍ ରୋଡରେ ଥିବା ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚେନ୍ନାଇ ପୁଲିସ କହିଛି ଯେ ରଜନୀକାନ୍ତଙ୍କ ପେଟରେ ଯନ୍ତ୍ରଣା ହେବାରୁ ସୋମବାର ରାତିରେ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ଚିକିତ୍ସା ପରେ ୭୩ବର୍ଷୀୟ ଅଭିନେତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ଡାକ୍ତରଖାନାର ସୂତ୍ରରୁ ପ୍ରକାଶ ଯେ, ଇଣ୍ଟରଭେନସନାଲ କାର୍ଡିଓଲୋଜିଷ୍ଟ ବିଶେଷଜ୍ଞ ଡାକ୍ତର ସାଇ ସତୀଶ ଅଭିନେତାଙ୍କର କିଛି ପରୀକ୍ଷା କରାଇବେ । ଏହା ପରେ ଅଭିନେତାଙ୍କର କେଉଁ କାରଣରୁ ପେଟରେ ଯନ୍ତ୍ରଣା ହୋଇଥିଲା, ତାହା ସ୍ପଷ୍ଟ ହେବ। ଆଜି କାର୍ଡିଆକ୍ କ୍ୟାଥ୍ ଲ୍ୟାବରେ ଏହି ପରୀକ୍ଷା କରାଯିବ | ପ୍ରଶଂସକମାନେ ଏବେ ଚିନ୍ତିତ ଥିବା ସହିତ ଅଭିନେତାଙ୍କ ସ୍ୱାସ୍ଥ୍ୟ ଅପଡେଟକୁ ଅପେକ୍ଷା କରିଛନ୍ତି | ରଜନୀକାନ୍ତଙ୍କ ପତ୍ନୀ ଲତାଙ୍କୁ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚରାଯିବାରୁ ସବୁ ଠିକ୍ ଥିବା କହିଛନ୍ତି ଲତା।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!