ସେନାବାହିନୀରେ ପ୍ରୟୋଗ ହେବ ଓଡ଼ିଆ ଇଞ୍ଜିନିୟର ମାନଙ୍କ ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଡ୍ରୋନ୍ । ଓଡିଶାରେ ଅବସ୍ଥାପିତ ଷ୍ଟାର୍ଟଅପ୍ ‘ବୋନ ଭି ଏରୋ’ର ଓଡ଼ିଆ ଇଞ୍ଜିନିଅର ମାନେ ଏହାକୁ ପ୍ରସ୍ତୁତ କରିଛନ୍ତି । ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି କ୍ୟାମ୍ପସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତର ପ୍ରଥମ ଫୁଲି ଅଟୋନୋମସ ଲଜିଷ୍ଟିକ୍ସ ଡ୍ରୋନ୍ ଏୟାର ଓର୍କାର ଔପଚାରିକ ଭାବେ ଶୁଭାରମ୍ଭ ହୋଇଛି ।ଭାରତରେ ଉଭୟ ବେସାମରିକ ଓ ପ୍ରତିରକ୍ଷା ଶକ୍ତି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ବୋନ୍ ଭି । ଏହାକୁ ହିମାଳୟ ସମେତ ଭୂ-ଭାଗରେ ପ୍ରାୟ ୨୦ ହଜାର ଫୁଟ୍ ଉଚ୍ଚତାରେ ସେନାର ଲଜିଷ୍ଟିକ୍ସ ଅପରେଶନ ପାଇଁ ବ୍ୟବହାର କରାଯାଇ ପାରିବ । ବୋନ ଭି ଏରୋ ହେଉଛି ପ୍ରଥମ ଭାରତୀୟ କମ୍ପାନୀ ଯିଏ ୧୯ ହଜାର ଫୁଟ ଉଚ୍ଚତାରେ ସବୁଠାରୁ ଉଚ୍ଚତମ ମୋଟରେବଲ ରୋଡ଼ ପାସ, ଲଦାଖର ଉମଲିଙ୍ଗ ଲା’ ଠାରେ ୩୦ କିଲୋ ପେଲୋଡ୍ ଉଠାଇ ବିଶ୍ୱ ରେକର୍ଡ ସ୍ଥାପନ କରିଛି ।
Related Articles
ଆସିଲା ପବନ ଉଡେଇନେଲା ମୋ ପରିବାରକୁ ଭାଙ୍ଗିଦେଲା ସବୁ ସ୍ବପ୍ନ !୨୫ ବର୍ଷ ର ଝଡ
October 29, 2024
ମଧ୍ୟପ୍ରଦେଶର ଅସ୍ତ୍ରଶସ୍ତ୍ର କାରଖାନାରେ ଭୟଙ୍କର ବିସ୍ଫୋରଣ ! ଉଡିଲା ଛାତ
October 22, 2024
Check Also
Close
-
କଟକ ନୂଆ ଡିସିପି ଆଇପିଏସ୍ ଜଗମୋହନ ମୀନାOctober 1, 2024


