ଓଡିଶାଟ୍ୱିନ ସିଟିରାଜ୍ୟ
ଓଡିଶା ରେ ଖୋଲିବ ରାଷ୍ଟ୍ରୀୟ ନାଟ୍ଯ ବିଦ୍ୟାଳୟ ଆଂଚଳିକ କେନ୍ଦ୍ର!
ରାଜଧାନୀ ଭୁବନେଶ୍ୱରଠାରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା। ଏନେଇ ଓଡ଼ିଶା ରାଜ୍ୟ ସରକାର ବିଧିବଦ୍ଧ ଭାବେ ଅନୁମୋଦନ ପ୍ରଦାନ କରିଛନ୍ତି। ପ୍ରାଥମିକସ୍ତରରେ ଏହା ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅସ୍ଥାୟୀ ଭାବେ କାର୍ଯ୍ୟକାରୀ ହେବ।


