ବିଜେଡି ଛାଡିଲେ ବିଜୟଲକ୍ଷ୍ମୀ ମହାପାତ୍ର । କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ସହ ବିଜୁ ମହିଳା ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ । ବିଜେଡି ସୁପ୍ରିମୋଙ୍କୁ ଇସ୍ତଫାପତ୍ର ପଠାଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜୟଲକ୍ଷ୍ମୀ। ବିଜେଡିରେ ଆଉ ନୀତି ଆଦର୍ଶ ନାହିଁ ବୋଲି ସେ କହିଛନ୍ତି । ଏ ଦଳ ଆଉ ନାହିଁ ବରଂ ପୂରା ଭାଙ୍ଗି ଯାଇଛି ବୋଲି କହିଛନ୍ତି। ଏହାସହ ଦଳୀୟ ନେତାଙ୍କ ବିରୋଧରେ ବିଷ ଓଗାଳିଛନ୍ତି ବିଜୟଲକ୍ଷ୍ମୀ । ସେପଟେ ଏ ନେଇ ଜଣକ ପରେ ଜଣେ ନେତା ଅସନ୍ତୋଷ ଝାଡୁଛନ୍ତି।ଖାସକରି ବରିଷ୍ଠ ନେତା ସୁପ୍ରିମୋଙ୍କ ସୁରକ୍ଷାକବଚ ହେବା ବଦଳରେ ବିଷୋଦଗାର କରିଛନ୍ତି । ଏହିକ୍ରମରେ ବରିଷ୍ଠ ବିଜେଡି ନେତା ନୃସିଂହ ସାହୁ କହିଛନ୍ତି, ନିର୍ବାଚନରେ ନବୀନ ପଟ୍ଟନାୟକ ବୁଲିଥିଲେ ନିର୍ବାଚନରେ ଦଳର ବିପର୍ଯ୍ୟୟ ଭୋଗିନଥାନ୍ତା । ବର୍ତ୍ତମାନ ଜିଲ୍ଲାୱାରୀ ପରାଜୟର ସମୀକ୍ଷା ଚାଲିଛି। ଅମର ଶତପଥୀ ଦଳର ଜଣେ ଅଭିଜ୍ଞ ନେତା । ସେ ମିଡିଆରେ ନକହି ନବୀନ ପଟ୍ଟନାୟକଙ୍କୁ ସିଧାସଳଖ କହିଥିଲେ ଭଲ ହୋଇଥାନ୍ତା ବୋଲି ନୃଂସିହ ସାହୁ କହିଛନ୍ତି ।
Related Articles
ଆସନ୍ତା ୧୫ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ
November 9, 2024
ଉଦଘଟାନ ପୂର୍ବ ରୁ ନାଁ ନଥିବାରୁ ଭାଙ୍ଗିଲେ ଉଦଘଟାନ ଫଳକ !
October 28, 2024
ମଧ୍ୟପ୍ରଦେଶର ଅସ୍ତ୍ରଶସ୍ତ୍ର କାରଖାନାରେ ଭୟଙ୍କର ବିସ୍ଫୋରଣ ! ଉଡିଲା ଛାତ
October 22, 2024
Check Also
Close
-
ଜିଲ୍ଲାପାଳଙ୍କ ଘର ନିକଟରୁ ମିଳିଛି ମହିଳାଙ୍କ କଙ୍କାଳ !October 27, 2024
