ଓଡିଶାଦକ୍ଷିଣ ଓଡିଶାପଶ୍ଚିମ ଓଡ଼ିଶାବିଶେଷରାଜ୍ୟଶୀର୍ଷ ଖବର
Trending

ଓଡ଼ିଶାରେ ଶୀତଦିନେ ବୋହିବ ଝାଳ.. ଏଥିର ଶୀତ କମ୍ ବଢିବ ତାପମାତ୍ରା!

ଲା -ନିନା ଆସିବାରେ ବିଳମ୍ୱ ଯୋଗୁଁ ଏବର୍ଷ ଓଡ଼ିଶାରେ ଶୀତ କମ୍‌ ହେବ । ନଭେମ୍ୱର, ଡିସେମ୍ୱର ଓ ଜାନୁଆରୀ ମାସରେ ତାପମାତ୍ରାରେ ବିଶେଷ ହ୍ରାସ ହେବ ନାହିଁ । ଏପରିକି ହିମାଳୟ ପଟୁ ମଧ୍ୟ ଓଡ଼ିଶାକୁ ପବନ କମ ବହିବ। ରାଜ୍ୟରେ ଶୀତକୁ ନେଇ କିଛି ଏପରି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ। ସେପଟେ ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ, ୧୯୫୧ ପରେ ଚଳିତବର୍ଷ ଅକ୍ଟୋବରରେ ଦିଲ୍ଲୀ ସବୁଠୁ ଉତ୍ତପ୍ତ ସହର ହୋଇଛି। ଧୀରେଧୀରେ ଦିଲ୍ଲୀ ଦଶା ଓଡ଼ିଶା ମଧ୍ୟ ଭୋଗିପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି ।

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମଧ୍ୟଭାରତରେ ଚଳିତଥର ଭଲ ଶୀତ ଅନୁଭୂତ ହେବ। ମାତ୍ର ଓଡ଼ିଶାରେ ଶୀତର ପ୍ରଭାବ ବିଶେଷ ଭାବେ ପଡ଼ିବ ନାହିଁ । ବିଶେଷକରି ନଭେମ୍ୱର, ଡିସେମ୍ୱର ଓ ଜାନୁଆରୀରେ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ତେବେ ଫେବ୍ରୁଆରୀ ମାସରେ ତାପମାତ୍ରା ସ୍ୱାଭାବିକ ତୁଳନାରେ କମିବ ବୋଲି ସେ କହିଛନ୍ତି । ୩ଟି କାରଣ ଯୋଗୁଁ ଓଡ଼ିଶାରେ ଶୀତର ପ୍ରକୋପ ଚଳିତ ବର୍ଷ ଦେଖିବାକୁ ମିଳିବନି। ସାଧାରଣତଃ ଜୁଲାଇ ପରେ ଲା-ନିନା ଆସିଥାଏ। ଇତିମଧ୍ୟରେ ଅକ୍ଟୋବର ମାସ ସରିଯାଇଥିଲେ ମଧ୍ୟ ଲା-ନିନା ଆସିନାହିଁ। ଆଶା କରାଯାଉଛି ଚଳିତ ନଭେମ୍ୱରରେ ଲା-ନିନା ଓଡ଼ିଶା ଆସିପାରେ। ମାତ୍ର ଏହା ଏତେଟା ଶକ୍ତିଶାଳୀ ରହିବନି। ଲା-ନିନା ବହୁତ କମ୍‌ ସମୟ ପାଇଁ ଓଡ଼ିଶାରେ ରହିବ। ଡିସେମ୍ୱର ଓ ଜାନୁଆରୀରେ ବର୍ଷା ହେବା ସମ୍ଭାବନା ମଧ୍ୟ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!