ରାଜ୍ୟଶୀର୍ଷ ଖବର
Trending

ଅକ୍ଟୋବର ରେ ବାତ୍ୟା …!

ଆସୁଛି ବାତ୍ୟା ଅତି ଭୀଷଣ ରୂପ ନେଇପାରେ !ଭଦ୍ରକ ବାଲେଶ୍ୱର ଦେଇ ବାଂଲାଦେଶ ଗତି

ପୁଣି ଓଡିଶା ମୁଁହା ବାତ୍ୟା  ପବନର ବେଗ  ଘଣ୍ଟାକୁ ୧୨୦ରୁ ୧୬୦କିମି ଯାଏ ରହିପାରେ । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ବାତ୍ୟା ସମୁଦ୍ରରୁ ବଳ ଗୋଟାଇବ । ଅତି ଭୀଷଣ ବାତ୍ୟା ରୂପ ନେଇପାରେ । ଗ୍ଲୋବାଲ ଫୋରକାଷ୍ଟ୍‌ ସିଷ୍ଟମ (ଜିଏଫଏସ୍‌) ମଡେଲ ସମ୍ଭାବ୍ୟ ବାତ୍ୟାକୁ ନେଇ ଏଭଳି ଆକଳନ କରିଛି । କିନ୍ତୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବାତ୍ୟା ସୃଷ୍ଟିକୁ ନେଇ କୌଣସି ପୂର୍ବାନୁମାନ କରିନି ।

ଜିଏଫଏସ୍‌ ମଡେଲ ବୁଧବାର ସାନି ପୂର୍ବାନୁମାନ କରି ଦର୍ଶାଇଛି, ୨୩ ତାରିଖ ବେଳକୁ ବାତ୍ୟା ଅତି ଭୀଷଣ (ଭେରି ସିଭିଅର) ରୂପ  ନେଇ ସାରିଥିବ । ସେବେ ଏହା ଓଡ଼ିଶା ଉପକୂଳଠାରୁ କିଛି ଦୂରରେ ଥିବ । ୨୪  ତାରିଖ ବେଳକୁ ଭଦ୍ରକ ଓ ବାଲେଶ୍ୱର ପାଖରେ ଘଷି ହୋଇ ପଶ୍ଚିମବଙ୍ଗ ଓ  ବାଂଲାଦେଶ ଆଡ଼କୁ ଯିବ । ବାଲେଶ୍ୱର  ପାଖ ଦେଇ ଅତିକ୍ରମ କରିବା ବେଳେ  ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ଚାପ (ପ୍ରେସର) ୯୪୪ ମିଲିବାର୍‌ ଥିବ । ଏହି ଚାପ ୯୫୪ ମିଲିବାର୍‌ ଯାଏ  ଯାଇପାରେ । ଏହି ଚାପକୁ ହିସାବକୁ  ନେଇ ସମ୍ଭାବ୍ୟ ବାତ୍ୟାର ତୀବ୍ରତା  ମାପିଲେ ଏହା କାଟାଗୋରୀ-୩  ଅଧୀନରେ ଆସୁଛି । ଏହା ଅତି  ଭୀଷଣ ବାତ୍ୟା ରୂପ ନେବ ବୋଲି  ଜିଏଫଏସ୍‌ ମଡେଲ ଦର୍ଶାଉଛି ।

ତେବେ ସମ୍ଭାବ୍ୟ ବାତ୍ୟା ନେଇ ଆଇଏମ୍‌ଡି  କୌଣସି ଆକଳନ କରିନି । ଦକ୍ଷିଣ ପଶ୍ଚିମ ଓ  ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ପଶ୍ଚିମ ଉତ୍ତର  ପଶ୍ଚିମ ଦିଗରେ ଗତି କରୁଛି । ଧୀରେ ଧୀରେ ଏହା  ଦୁର୍ବଳ ହୋଇଯିବ ବୋଲି କୁହାଯାଇଛି । କେନ୍ଦ୍ରୀୟ  ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ବା ଲଘୁଚାପ  ନେଇ ଏହା କୌଣସି ଆକଳନ କରିନି । କିନ୍ତୁ ୨୧  ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ  ଘୂର୍ଣ୍ଣିବଳୟ ହେବ ବୋଲି ବରିଷ୍ଠ ପାଣିପାଗ  ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ଏହା ୨୨ରେ ଲଘୁଚାପ ଓ ୨୩ରେ  ଅବପାତ ରୂପ ନେବ । ତେବେ ଏହା ଅଧିକ  ଘନୀଭୂତ ହେବ କି ନା, ସେ ନେଇ କୌଣସି ପୂର୍ବାନୁମାନ କରିନାହାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!