ଦକ୍ଷିଣ ଓଡିଶାବିଶେଷସଂସ୍କୃତି
Trending
ଜନଜାତିଙ୍କ ଦ୍ବାରା ଶହଶହ ବର୍ଷ ଧରି ପୂଜିତଦେବୀ ବିଜୟଦାୟିନୀ ମା’ ଦକ୍ଷିଣକାଳିକା
ବିଜୟଦାୟିନୀ ମା’ ଦକ୍ଷିଣକାଳିକା। ଜୟପୁର ରାଜାଙ୍କ ପ୍ରଥମଗଡ଼ ବା ପୁରୁଣାଗଡ଼ରେ ରହିଛି ମା’ଙ୍କ ପୀଠ। ତନ୍ତ୍ର ପାଇଁ ବିଖ୍ୟାତ ମା’ଙ୍କ କୃପା ଓ ଅଲୌକିକ କୀର୍ତ୍ତିକୁ ନେଇ ରହିଛି ଅନେକ ଜନଶ୍ରୁତି। ଯେମିତି ମା’ଙ୍କ କୃପା ଯୋଗୁଁ ଶତ୍ରୁରାଜ୍ୟ ସୈନ୍ୟ ଦୁର୍ବଳ ହୋଇ ଜୟପୁର ରାଜାଙ୍କ ବିରୋଧରେ ଯୁଦ୍ଧ କରିବାକୁ ସାହାସ କରୁନଥିଲେ। ଏପରିକି ପଡ଼ୋଶୀ ରାଜ୍ୟ ଯୁଦ୍ଧ ପାଇଁ ଜୟପୁର ରାଜ୍ୟର ସାହାଯ୍ୟ ଭିକ୍ଷା କରୁଥିଲେ। ଏଥିପାଇଁ ରାଜ୍ୟର ନାମକରଣ ଜୟପୁର ହୋଇଥିଲା ବୋଲି କୁହାଯାଏ। ମା’ଙ୍କୁ ସନ୍ତୁଷ୍ଟ କରିବାକୁ ପୀଠରେ ନରବଳି ମଧ୍ୟ ଦିଆଯାଉଥିଲା। ତେବେ ପୁରୁଣାଗଡ଼ ପୀଠର ପ୍ରାୟ ଦେଢ଼ଶହ ବର୍ଷର ଇତିହାସ ସମ୍ପର୍କରେ ବିବରଣୀ ରହିଥିଲା ବେଳେ ମା’ଙ୍କ ପ୍ରକୃତ ତଥା ଆଦିପୀଠ ପଣସପୁଟ ବାଗ୍ରାରେ ଜନଜାତିଙ୍କ ଦ୍ବାରା ଶହଶହ ବର୍ଷ ଧରି ଦେବୀ ପୂଜିତ ହେବା ଅନାଲୋଚିତ ରହିଛି