ଓଡିଶାରାଜ୍ୟଶୀର୍ଷ ଖବରଶ୍ରୀକ୍ଷେତ୍ରସଂସ୍କୃତି
ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି
ଅପରାହ୍ଣ ୫ଟାରୁ ରାତି ୮ଟା ଦର୍ଶନ ମନା
ରବିବାର ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ମଧ୍ୟାହ୍ନଧୂପ ଛେକ ଆସିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଟକଣା ରହିବ । ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରଦତ୍ତ ସୂଚନା ଅନୁସାରେ ପ୍ରାୟତଃ ଅପରାହ୍ଣ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ରହିଛି ।
ଭୋଗମଣ୍ଡପ ସରିଲା ପରେ ଯାତ୍ରାଙ୍ଗୀ ମହାସ୍ନାନ ଓ ଘଣ୍ଟଛତା ସର୍ବାଙ୍ଗ ନୀତି ବଢ଼ି ଗତଦିନରୁ ଅଧିବାସ ହୋଇଥିବା ପବିତ୍ରା ଲାଗି କରାଯାଇ ଠାକୁରଙ୍କୁ ଛଅମୂର୍ତ୍ତି ତଡ଼ାଉ ଲାଗି କରାଯିବ । ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବାମନ ଜନ୍ମନୀତି ହେବ । ଏଥିସହ ଶ୍ରୀମନ୍ଦିରରେ ଗରୁଡ଼ ପାଶ୍ୱର୍ପରିବର୍ତ୍ତନ, ସୁନିଆଁ, ଇନ୍ଦ୍ରଧ୍ୱଜା ପୂଜା ସମେତ ମାସାନ୍ତ ଓ ଶ୍ରବଣା ମକର ନକ୍ଷେତ୍ର ନୀତି ଅନୁଷ୍ଠିତ ହେବ । ସୋମବାର ଠାକୁରଙ୍କ ବଳିବାମନ ବେଶ ଅନୁଷ୍ଠିତ ହେବ।