5Tଦକ୍ଷିଣ ଓଡିଶାରାଜ୍ୟଶୀର୍ଷ ଖବର
Trending

ବଦଳୁଛି ସ୍ୱାଭିମାନ ଅଞ୍ଚଳର ସ୍ଥିତି I କେବେ ନାଁ କେବେ ହଁ !

ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳ ମାଓଗଡ଼ ଯନ୍ତ୍ରୀ ଠାରେ ଥିବା ବିଏସଏଫ କ୍ୟାମ୍ପକୁ ପ୍ରତ୍ୟାହାର କରାନଯାଇ ସମୟ ସୀମା ଆହୁରି କୁ ୫ବର୍ଷକୁ ବଢ଼ାଇ ଦିଆଯାଉ। ଏଥିସହ ସ୍ୱାଭିମାନ ଅଞ୍ଚଳରେ ବିକାଶ କାର୍ଯ୍ୟକୁ ଗୁରୁତ୍ୱ ଦେଵା ପାଇଁ ସ୍ୱାଭିମାନ ଅଞ୍ଚଳବାସୀ ବିରାଟ ପ୍ରଜାମେଳି କରିଛନ୍ତି।

ଏକଦା ମାଓଗଡ଼ ଭାବେ ପରିଚିତ ଥିବା ବିଛିନ୍ନାଞ୍ଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ପରେ ମାଓ ଦମନ କାର୍ଯ୍ୟ ଜୋରଦାର ହୋଇଥିଲା

କିଛି ମାଓବାଦୀ ଗିରଫ ହେବା ସହ ଆଉକିଛି ମାଓବାଦୀ ଆତ୍ମ ସମର୍ପଣ କରି ମୂଖ୍ୟ ସ୍ରୋତ ରେ ସାମିଲ ହୋଇଥିଲେ।  ଅନ୍ୟ କିଛି ମାଓବାଦୀ ଗଡ଼ ଛାଡି ପଳାୟନ କରିଛନ୍ତି। ଗୁରୁପ୍ରିୟା ସେତୁ ହେବା ପରେ ବିଛିନ୍ନା ଅଞ୍ଚଳକୁ ସ୍ୱାଭିମାନ ଅଞ୍ଚଳ ଭାବେ ଘୋଷଣା କରାଯାଇ ବିକାଶର ଧାରା ଆଗେଇ ଚାଲିଛି। ସେ ଅଞ୍ଚଳରେ ଏକରକମ ମାଓ ସମସ୍ୟା ହ୍ରାସ ପାଇବାରେ ଲାଗିଛି।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀଠାରେ ଥିବା ବିଏସଏଫ କ୍ୟାମ୍ପକୁ ପ୍ରତ୍ୟାହାର କରି ନିଆଯିବ ବୋଲି ଖବର ପାଇ ସେ ଅଞ୍ଚଳବାସୀ ଚିନ୍ତାରେ ପଡିଯାଇଛନ୍ତି। ବିଏସଏଫ କ୍ୟାମ୍ପ ଓ ଯବାନ ଅପରେସନ କରୁଥିବାରୁ ମାଓବାଦୀମାନେ ଭୟରେ ପଳାଇଯିବା ସହିତ ହିଂସା କାଣ୍ଡ କରିପାରୁନାହାନ୍ତି। ସ୍ୱାଭିମାନ ଅଞ୍ଚଳ ଦୁର୍ଗମ ଗ୍ରାମ ଗୁଡିକରେ ଉନ୍ନୟନ କାର୍ଯ୍ୟ ସହିତ ମେଡିକାଲ ଓ ଗମନା ଗମନର ସୁବିଧା ଲୋକେ ପାଇ ପାରୁଛନ୍ତି। ବିଏସଏଫ କ୍ୟାମ୍ପ ଉଠିଗଲେ ପୂର୍ବ ପରି ମାଓବାଦୀମାନେ ସ୍ୱାଭିମାନ ଅଞ୍ଚଳରେ ପ୍ରବେଶ କରି ସେମାନଙ୍କ ରାଜ ଚଲାଇବାର ଆଶଙ୍କାରେ ଯନ୍ତ୍ରୀ ପଞ୍ଚାୟତର ୧୪ଟି ଗ୍ରାମବାସୀ ଓ ନିକଟସ୍ଥ ଅନ୍ଦ୍ରାପଲ୍ଲୀ,ପଣସପୁଟ ପଞ୍ଚାୟତ ଗୁଡିକର ଗ୍ରାମବାସୀ ମାନେ ଆଜି ଅପରାହ୍ନରେ ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ଆମ୍ବ ତୋଟା ଠାରେ ଏକତ୍ରିତ ହୋଇଥିଲେ।  ସରପଞ୍ଚ ଦନେଇ ଗୋଲରୀ, ସାଧବ ଗିଲରୀ, ଶ୍ୟାମ ଗୋଲରୀ, ଗୁରୁଚନ୍ଦ୍ର ବିଶୋଇ ଙ୍କ ନେତୃତ୍ୱ ରେ ହଜାର ହଜାର ସଂଖ୍ୟାରେ ମହିଳା ପୁରୁଷ ଏକ ବିରାଟ ପ୍ରଜାମେଳି କରି ଥିଲେ। ବିରାଟ ଶୋଭାଯାତ୍ରାରେ ଯନ୍ତ୍ରୀ ବିଏସଏଫ କ୍ୟାମ୍ପ କୁ ଯାଇ କ୍ୟାମ୍ପ ପ୍ରତ୍ୟାହର କରାନଯାଇ ଆହୁରି ୫ବର୍ଷ ପର୍ଯ୍ୟନ୍ତ କ୍ୟାମ୍ପ ରଖା ଯାଉ ଓ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ ବୋଲି ବିଏସଏଫ କମାଣ୍ଡାଣ୍ଟଙ୍କ ଉଦେଶ୍ୟରେ ଏକ ପତ୍ର ଦେଇଛନ୍ତି। ଏହା ବ୍ୟତୀତ ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ଠାରୁ ବିଶୋଇଗୁଡା, ଧାକଡ଼ପଦର, ବଡ଼ିଗେଟା ଠାରୁ ଘନବେଢା ରାସ୍ତା ନିର୍ମାଣ କରିବା ସହିତ ଅନ୍ୟାନ୍ୟ ଦାବିରେ ଶୋଭାଯାତ୍ରା କରିଥିଲେ ।

ସୂଚନା ଯୋଗ୍ୟ ଯେ ମାଲକାନଗିରି ଜିଲ୍ଲା କାଲିମେଳା, ମାଥିଲି, ଚିତ୍ରକୋଣ୍ଡା, ଖଇରପୁଟ, ପଡିଆ, ମାଲକାନଗିରି ବ୍ଲକର ବିଭିନ୍ନ ମାଓପ୍ରବଣ ଅଞ୍ଚଳରେ ପ୍ରାୟ ୧୮ଟି ବିଏସଏଫ କ୍ୟାମ୍ପ ଅଛି ସେଥିମଧ୍ୟରୁ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ, ଯୋଡାମ୍ବ, ଘନବେଢ଼ା, ଗୋରାସେତୁ, ଯାନବାଇ,ହନ୍ତାଲଗୁଡା, ପାପରମେଟଲା ୬ଟି ସ୍ଥାନରେ   ବିଏସଏଫ କ୍ୟାମ୍ପ ରହିଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!