ଶୀର୍ଷ ଖବରଶ୍ରୀକ୍ଷେତ୍ର
Trending

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି!

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ସକାଳ ଭୁବନେଶ୍ୱରରୁ ବାହାରି ପ୍ରାୟ ୧୦ରେ ପୁରୀ ସମଙ୍ଗ ହେଲିପ୍ୟାଡ୍‌ରେ ପହଞ୍ଚି ଥିଲେ । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟପାଳ, ନୌସେନାର ବରିଷ୍ଠ ଅଧିକାରୀ, ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ ଓ ଏସ୍‌ପି ସ୍ୱାଗତ କରିଥିଲେ । ପରେ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିରକୁ ପାଛୋଟି ନିଆଯାଇଥିଲା । ସିଂହଦ୍ୱାରଠାରେ ଗଜପତି ଦିବ୍ୟସିଂହଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଅନ୍ୟମାନେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଡ଼ ଦାଣ୍ଡରୁ ଚାଲି ଚାଲି ଶ୍ରୀମନ୍ଦିର ଯାଇଥିଲେ ।

ସାତପାହାଚ ଦେଇ ବଡ଼ଦେଉଳକୁ ପ୍ରବେଶ କରିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କୁ ଗର୍ଭଗୃହରେ ଦର୍ଶନ କରିଥିଲେ । ସେଠାରେ ସେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧୂପଦୀପ ଦେଇ ଆଳତି କରିଥିଲେ । ସେଠାରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କ ଦର୍ଶନ ପାଇଁ ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା। ତେବେ ପ୍ରଭୁଙ୍କ ଦର୍ଶନ ପରେ ରାଷ୍ଟ୍ରପତି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଯିବେ। ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!