ରାଜନୀତିଶୀର୍ଷ ଖବର
Trending

ମହିଳା ସରପଂଚ ଙ୍କୁ ଅନାସ୍ଥା ଭୟ ବିଷପି ଆତ୍ମହତ୍ୟା ଉଦ୍ୟମ !

ଅନାସ୍ଥା ଭୟରେ ବରଗଡ଼ ଜିଲ୍ଲା ଗାଈସିଲାଟ ବ୍ଲକ୍‌ ତାଲପାଲି ସରପଞ୍ଚ ଉର୍ମିଳା ସେଠ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ରବିବାର ପୂର୍ବାହ୍ନ ୧୧ଟା ସମୟରେ ସେ ବିଷ ପିଇଥିବା ଜଣାପଡ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଷ ବୋତଲ ଜବତ କରିବା ସହ ସରପଞ୍ଚ ଶ୍ରୀମତୀ ସେଠଙ୍କୁ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଉପଖଣ୍ଡ ହସ୍ପିଟାଲକୁ ପଠାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନୋଟିସ୍‌ ହୋଇଥିଲା। ଆସନ୍ତା ୧୨ ତାରିଖ ଦିନ ଅନାସ୍ଥା ପ୍ରସ୍ତାବ ଲାଗି ପଞ୍ଚାୟତ କାର୍ଯ୍ୟାଳୟଠାରେ ସଭା ହେବାକୁ ସ୍ଥିର ହୋଇଥିଲା। ସରପଞ୍ଚ ଶ୍ରୀମତୀ ସେଠ ମନମୁଖି କାର୍ଯ୍ୟ ଚଳାଇଥିବାବେଳେ ତାଙ୍କ ସ୍ବାମୀ ପଞ୍ଚାୟତ କାର୍ଯ୍ୟାଳୟରେ ସମସ୍ତଙ୍କୁ ଖରାପ ଭାଷାରେ ଗାଳି କରୁଥିବା ଅଭିଯୋଗ ହୋଇଥିଲା। ସଭ୍ୟଙ୍କ ଦାବି କ୍ରମେ ପଦ୍ମପୁର ଉପଜିଲ୍ଲାପାଳ ନୋଟିସ୍‌ ଜାରି କରିଥିଲେ। ତେବେ ସରପଞ୍ଚ ତାଙ୍କ ନାଁରେ ମିଥ୍ୟା ଅଭିଯୋଗ ହୋଇଥିବା କହିବା ସହ ଅନାସ୍ଥା ନୋଟିସକୁ କେନ୍ଦ୍ର କରି ଆଜି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ପୁଅ ରାହୁଲ ସେଠ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଗାଈସିଲାଟ ବିଡିଓ ଲକ୍ଷ୍ମଣ ମାଝୀ ତାଲପାଲି ପିଇଓଙ୍କୁ ହସ୍ପିଟାଲକୁ ପଠାଇ ଘଟଣା ସମ୍ବନ୍ଧରେ ପଚାରି ବୁଝିଥିଲେ ଓ ସରପଞ୍ଚଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

 #ଓଏସ ଅଫିସର ହେବାକୁ ଚାଉଛନ୍ତି କି ? ଏବେ ହିଁ ଡାଉନଲୋଡ଼ କରନ୍ତୁ 

 

 

 

 

 

 

 

 

 

https://clplazarus.page.link/u2ef

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!