ଅର୍ଥନୀତିରାଷ୍ଟ୍ରଶୀର୍ଷ ଖବର
Trending

କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲା ଇ-କମର୍ସ ପ୍ଲାଟଫର୍ମ Meesho

କର୍ମଚାରୀଙ୍କୁ ‘ରିସେଟ୍‌ ଏବଂ ରିଚାର୍ଜ’ ଛୁଟି

ଇ-କମର୍ସ ପ୍ଲାଟଫର୍ମ ମିଶୋ (Meesho) ନିଜର କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛି । କର୍ମଚାରୀଙ୍କୁ ‘ରିସେଟ୍‌ ଏବଂ ରିଚାର୍ଜ’ ଛୁଟି ଦେବାକୁ ଘୋଷଣା କରିଛି କମ୍ପାନି । ଆଉ କମ୍ପାନିର ଏହି ନିଷ୍ପତ୍ତିକୁ ଲୋକେ ଖୁବ ପସନ୍ଦ କରିଛନ୍ତି । କମ୍ପାନୀକୁ ଭୂୟସୀ ପ୍ରଶଂସା କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ଦୀପାବଳି ଲାଗି ମିଶୋ ନିଜ କର୍ମଚାରୀଙ୍କୁ ଅକ୍ଟୋବର ୨୬ରୁ ନଭେମ୍ବର ୬ ପର୍ଯ୍ୟନ୍ତ ମୋଟ ୯ ଦିନ ଛୁଟି ଦେବାକୁ ଘୋଷଣା କରିଛି ।

ଲଗାତାର ଚତୁର୍ଥ ଥର ଲାଗି କମ୍ପାନି ନିଜର କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ରୂପେ ଛୁଟି ଦେବାକୁ ନିଷ୍ପତ୍ତି ନେଇଛି । ଛୁଟି ସମୟରେ କର୍ମଚାରୀଙ୍କୁ କୌଣସି ବୈଠକ, ଇମେଲ୍‌ ଆଦି କରିବାକୁ ପଡ଼ିବ ନାହିଁ । ଲିଙ୍କଡଇନ୍‌ରେ ମିଶୋ ପକ୍ଷରୁ କୁହାଯାଇଛି ଯେ, ‘୯ ଦିନ ଯାଏଁ ଲ୍ୟାପଟପ୍‌, ମେସେଜ୍‌, ଇେମଲ୍‌ କିମ୍ବା କୌଣସି କମ୍ପାନି ସମ୍ବନ୍ଧୀୟ କାମ କରିବାକୁ ପଡ଼ିବ ନାହିଁ । ଆମେ ଲଗାତାର ଚତୁର୍ଥ ଥର ଲାଗି ଲାଗି ଅକ୍ଟୋବର ୨୬ରୁ ନଭେମ୍ବର ୩ ଯାଏଁ ୯ ଦିନିଆ ରିସେଟ ଏବଂ ରିଚାର୍ଜ ବ୍ରେକ୍‌ ଦେବାକୁ ଯାଉଛୁ ।’ ୨୦୨୪ରେ ବହୁତ ଭଲ ବ୍ୟବସାୟ କରିଥିବା ମିଶୋ ନିଜର କର୍ମଚାରୀଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି । ସେପଟେ କମ୍ପାନିର ଏହି ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା ମିଳିଛି । ଜଣେ ୟୁଜର ଲେଖିଛନ୍ତି, କମ୍ପାନିର ଏଭଳି ପଦକ୍ଷେପକୁ ମୁଁ କିଛି କ୍ଷଣ ଅଟକିଯାଇ ଧନ୍ୟବାଦ ଦେବାକୁ ଚାହୁଁଛି । ଆଉ ଜଣେ ଲେଖିଛନ୍ତି, ବର୍ତ୍ତମାନ ସମୟରେ କୌଣସି କମ୍ପାନି ଏଭଳି ଛୁଟି ଦେଉଛି ଭାବିବା କଷ୍ଟକର । ମିଶୋ ଉଦାହରଣ ସୃଷ୍ଟି କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!