ରାଷ୍ଟ୍ରଶୀର୍ଷ ଖବର
Trending

” ଦାନା” ପାଇଁ ଅସାଧୁ ବେପାରୀ ମାଲାମାଲ ! ଗ୍ରାହକ ଚିନ୍ତା ରେ I

ସମ୍ଭାବ୍ୟ  ବାତ୍ୟା “ଦାନା’କୁ ନେଇ ଲୋକ ଛାନିଆ ହୋଇ  ପଡ଼ିଛନ୍ତି । ଏହାର ଫାଇଦା ଉଠାଉଛନ୍ତି କିଛି  ଅସାଧୁ ବ୍ୟବସାୟୀ । ଅତ୍ୟାବଶ୍ୟକ ସାମଗ୍ରୀ  କଳାବଜାର କରିବା ଆରମ୍ଭ କରି ଦେଲେଣି ।  ହଠାତ୍‌ ସବୁ ଦରଦାମ୍‌ ବଢ଼ାଇ ଦେଇଛନ୍ତି । ଅସ୍ତରଙ୍ଗ ଅଞ୍ଚଳର  କେତେକ ସ୍ଥାନରେ ଖୁଚୁରା ବ୍ୟବସାୟୀମାନେ  ଆଳୁ କିଲୋ ୪୦ ଟଙ୍କାରେ ବିକ୍ରି କରୁଥିବା  ଅଭିଯୋଗ ହୋଇଛି । କେଜି ପ୍ରତି ପାଖାପାଖି  ୧୦ ଟଙ୍କା ବୃଦ୍ଧି କରିଛନ୍ତି । ସେହିପରି ପିଆଜ  କିଲୋ ୬୦ଟଙ୍କା ଥିବାବେଳେ ତାହା ଏବେ  ୬୫ରୁ ୭୦ଟଙ୍କାରେ ବିକ୍ରି ହେଉଛି । ଏ  ବାବଦରେ ପଚାରିଲେ ବ୍ୟବସାୟୀମାନେ  ଅଜବ ଉତ୍ତର ଦେଉଛନ୍ତି । କହୁଛନ୍ତି, ବାତ୍ୟା  ଆସୁଛି, ଆଳୁ ଗାଡ଼ି ଆସି ନପାରେ । ଯେତିକି  ଅଛି ସେତିକିରେ ବେପାର କରୁଛୁ । ହଠାତ୍‌  ଦରଦାମ୍‌ ବୃଦ୍ଧି ହେବାରୁ ଗ୍ରାହକଙ୍କ ମଧ୍ୟରେ  ଅସନ୍ତୋଷ ପ୍ରକାଶ ପାଇଛି ।

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!