ୱାଟ୍କୋ ପକ୍ଷରୁ ଦୁର୍ବଳ ପାଇପ ମରାମତି ପାଇଁ ଶୁକ୍ରବାର ଅପରାହ୍ନ ୨ଟାରୁ ଶନିବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ରାଜଧାନୀରେ ଜଳ ଯୋଗାଣ ବନ୍ଦ ରହିବ । ଏନେଇ ୱାଟ୍କୋ ପକ୍ଷରୁ ସୂଚନା ଜାରି କରାଯାଇଛି । ତେଣୁ ଜନସାଧାରଣ ଆବଶ୍ୟକତା ଅନୁସାରେ ଜଳ ସଂରକ୍ଷଣ ରଖିବାକୁ କୁହାଯାଇଛି । ମୁଣ୍ଡଳିରୁ ଘାଟିକିଆ ଆସୁଥିବା ମୁଖ୍ୟ ପାଇପ୍ ଲାଇନ୍ର କିଛି ସ୍ଥାନରେ ଲିକ୍ ରହିଛି । ଏହି ପାଇପ୍ ଲାଇନ୍କୁ ମରାମତି କରାଯିବ । ଘାଟିକିଆ ଅଞ୍ଚଳର କଳିଙ୍ଗନଗର, ପାତ୍ରପଡା, ଭରତପୁର, ସାମପୁର, ଘାଟିକିଆ, ଖଣ୍ଡଗିରି ବାରି, କୋଳଥିଆ, ଆଇଗିଣିଆ, ସିଆରପି, ବରମୁଣ୍ଡା ଓ ଏମ୍ଏସ୍ ଅଞ୍ଚଳରେ ଜଳ ଯୋଗାଣ ପ୍ରଭାବିତ ହେବ । ସେହିପରି ଯଦୁପୁର, ଡୁମୁଡୁମା, ହାଉସିଂବୋର୍ଡ କଲୋନୀ, ଜାଗମରା, ଜଗମୋହନ ନଗର, ଶତାବ୍ଦୀ ନଗର, ଲିଙ୍ଗରାଜ ବିହାର, କପିଳପ୍ରସାଦ, ସୁନ୍ଦରପଦା, କ୍ରିଷ୍ଣା ଗାର୍ଡେନ, ସୌଭାଗ୍ୟନଗର ଅଞ୍ଚଳରେ ମଧ୍ୟ ଜଳ ଯୋଗଣ ପ୍ରଭାବିତ ହେବ । ଏହା ସହ ଗଙ୍ଗନଗର, ପଳାଶପଲ୍ଲୀ, ଶିରିପୁର, ଗଙ୍ଗନଗର, ଏରୋଡ୍ରମ ଅଞ୍ଚଳ, ନୂଆପଲ୍ଲୀର ଏନ୍-୧ରୁ ୬, କବାଡି ବସ୍ତି, ଗଡ଼ସାହି, ବାଲିତୋଟା ସାହି, ଆନନ୍ଦ ବିହାର ସୀତାପଲ୍ଲୀ ବସ୍ତି, ଶାସ୍ତ୍ରୀନଗର ଜଳ ଯୋଗାଣ ବନ୍ଦ ରହିବ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ନିଳାଦ୍ରୀ ବିହାର, ସାଲିଆ ସାହି, ମୈତ୍ରୀ ବିହାର ଅଞ୍ଚଳରେ ମଧ୍ୟ ଜଳ ଯୋଗାଣ ବନ୍ଦ ରହିବ ।
Related Articles
ଏନକାଉଣ୍ଟର ରେ ଆହତ ଅପରାଧୀ..
2 weeks ago
Check Also
Close
-
କଙ୍ଗନାଙ୍କୁ ନୋଟିସ ପଠାଇଲା ଚଣ୍ଡିଗଡ଼ କୋର୍ଟSeptember 18, 2024