ରାଜ୍ୟଶୀର୍ଷ ଖବରସିନେମା
Trending

ଓଡ଼ିଶା ସିନେମା ଶିଳ୍ପ ଇତିହାସରେ ରେକର୍ଡ ସୃଷ୍ଟି କରିଛି ‘କର୍ମ’

ସିନେମାର ଶେଷ ଅଧଘଣ୍ଟା ସବୁଠାରୁ ଉତ୍କଣ୍ଠାପୂର୍ଣ୍ଣ।

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘କର୍ମ’ ମୁକ୍ତିଲାଭ ଦିନ ୩୭ ଲକ୍ଷ ଟଙ୍କା ବ୍ୟବସାୟ କରି ଓଡ଼ିଶା ସିନେମା ଶିଳ୍ପ ଇତିହାସରେ ରେକର୍ଡ ସୃଷ୍ଟି କରିଛି। ଦର୍ଶକମାନେ ସୁପର୍‌ଷ୍ଟାର୍‌ ଅନୁଭବଙ୍କୁ ଏନ୍‌କାଉଣ୍ଟର୍‌ ସ୍ପେସାଲିଷ୍ଟ ରୂପରେ ଦେଖି ଯେତିକି ଉତ୍ସାହିତ ହେଉଛନ୍ତି, ସେମାନଙ୍କୁ ସେତିକି ରୋମାଞ୍ଚିତ କରୁଛି ଏହାର ପରସ୍ତ ପରସ୍ତ ଉନ୍ମୋଚିତ ହେଉଥିବା ମୋଡ଼। ପୁରାଣର ‘କର୍ମ’ ତତ୍ତ୍ବ କିଭଳି ସମସ୍ତଙ୍କୁ ନିଜ କର୍ମର ଫଳ ପ୍ରଦାନ କରିଥାଏ ତାହାକୁ ଯେଉଁଭଳି ଢଙ୍ଗରେ ଚିତ୍ରନାଟ୍ୟରେ ପ୍ରଦର୍ଶନ କରାଯାଇଛି ତାହାକୁ ଓଡ଼ିଆ ସିନେମାରେ ପ୍ରଥମ ବୋଲି କୁହାଗଲାଣି। ‘କର୍ମ’ର କେନ୍ଦ୍ରରେ ରହିଛି ଦୁଇଜଣଙ୍କ ଅସମାହିତ ହତ୍ୟାକାଣ୍ଡ। ଉଭୟ ହତ୍ୟାର ରହସ୍ୟକୁ ଯେଉଁଭଳି ଚିତ୍ରିତ କରାଯାଇଛି ଏବଂ ପରେ ତାହାକୁ ସୂକ୍ଷ୍ମତାର ସହିତ ଉନ୍ମୋଚିତ କରାଯାଇଛି ତାହା ଦର୍ଶକଙ୍କୁ ରୋମ ଟାଙ୍କୁରା ଅଭିଜ୍ଞତା ପ୍ରଦାନ କରିବାର ପ୍ରତିଶ୍ରୁତି ବହନ କରିଥାଏ। ‘ଚିରିଙ୍ଗ୍‌ ଚିରିଙ୍ଗ୍‌’ ଗୀତଟି ବାଜିଉଠିବା ମାତ୍ରେ ପ୍ରେକ୍ଷାଳୟରେ ଦର୍ଶକମାନେ ନିଜ ଆସନରୁ ଉଠି ନାଚୁଥିବାର ଦେଖିବାକୁ ମିଳୁଛି। ରୋମାଞ୍ଚର ସ୍ତର ଦୃଷ୍ଟିରୁ କେହି କେହି ଏହାକୁ ‘ଦୃଶ୍ୟମ୍‌’ ସିେନମା ସହିତ ତୁଳନା କରୁଛନ୍ତି। ଏହି ସିନେମା ଉପଭୋଗ୍ୟ ହେବାର ଅନ୍ୟ ଏକ କାରଣ ହେଲା ଏଥିରେ ଅନୁଭବ ମହାନ୍ତି ଓ ଚୌଧୁରୀ ଜୟପ୍ରକାଶ ଦାସଙ୍କ ଚରିତ୍ର ଯେତିକି ଜୀବନ୍ତ ହୋଇଛି, ଅନ୍ୟ ପାର୍ଶ୍ବ ଚରିତ୍ରମାନେ ମଧ୍ୟ ସେତିକି ବିଶ୍ବସନୀୟ ହୋଇପାରିଛନ୍ତି। ସିନେମାର ଶେଷ ଅଧଘଣ୍ଟା ସବୁଠାରୁ ଉତ୍କଣ୍ଠାପୂର୍ଣ୍ଣ। ତେବେ ଏହି ଉତ୍କଣ୍ଠା ସିନେମା ଶେଷରେ ଥିବା ‘ପୋଷ୍ଟ କ୍ରେଡିଟ୍‌’ ଦୃଶ୍ୟଟି ଆଉ ଏକ ପ୍ରଶ୍ନକୁ ଜନ୍ମ ଦେଉଛି। ତେଣୁ ହଲ୍‌ରୁ ବାହାରିବା ପରେ ବି ମନରେ ଉତ୍କଣ୍ଠା ରହିବା ସ୍ବାଭାବିକ ଯେ ୟା ପରେ କ’ଣ? ନିର୍ମାତାଙ୍କ ଏହି ଚମତ୍କାର କୌଶଳ ଯୋଗୁଁ ଦର୍ଶକମାନେ ସିେନମାର ଦ୍ବିତୀୟ ଭାଗକୁ ଏବେ ଅପେକ୍ଷା କରି ରହିବେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!