ଓଡିଶାରାଜ୍ୟଶୀର୍ଷ ଖବରଶ୍ରୀକ୍ଷେତ୍ରସଂସ୍କୃତି
Trending

ଆଜି ପୁଣି ଖୋଲିବ ଭିତର ରତ୍ନଭଣ୍ଡାର ।

ଗୁପ୍ତସୁଡଙ୍ଗ ରହସ୍ୟ ଖୋଜିବ ଜିପିଆର ସର୍ଭେ

ଆଜି ପୁଣି ଖୋଲିବ ଭିତର ରତ୍ନଭଣ୍ଡାର । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯାଇ ବୈଷୟିକ ସର୍ଭେ କରାଯିବ । ଭିତର ରତ୍ନଭଣ୍ଡାର ଭିତରେ ଗୁପ୍ତକୋଠରୀ, ଗୁପ୍ତସୁଡଙ୍ଗ ରହସ୍ୟ ଖୋଜିବ ଜିପିଆର ସର୍ଭେ। ରତ୍ନଭଣ୍ଡାର ମାଟିତଳେ ଓ କାନ୍ଥ ପଛପଟେ କଣକଣ ସବୁ ଅଛି ସେନେଇ ଜିପିଆର ସର୍ଭେ ସ୍ପଷ୍ଟ କରିବ ।

ଆଜି ,ଆସନ୍ତାକାଲି ଓ ତା ପରଦିନ ଅର୍ଥାତ ଲଗାତାର ତିନିଦିନ ଧରି ଏଏସାଇ ଟିମ୍ ସଦସ୍ୟଙ୍କ ସମେତ CSIR_NGRI ବିଶିଷ୍ଟ ବୈଞ୍ୟାନିକ ଓ ଭୂତତ୍ୱବିଦ୍,ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟ ସମୁଦାୟ 15 ରୁ 16 ଜଣ ଭିତର ରତ୍ନଭଣ୍ଡାର ଯାଇ ବୈଷୟିକ ସର୍ଭେ କରିବେ ।

ଆଜିଠାରୁ 23 ତାରିଖ ପର୍ଯ୍ୟନ୍ତ ଭିତର ରତ୍ନଭଣ୍ଡାରର ଜିପିଆର ସର୍ଭେ ହେବାକୁ ଥିବାରୁ ଅପରାହ୍ନ 1ଟାରୁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବା ବେଳେ ଟିମ୍ ର ସମସ୍ତ ସଦସ୍ୟ ଦିନ 2ଟାରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ଏହି ସର୍ଭେ କାର୍ଯ୍ୟ କରିବେ । ଯେହେତୁ 24 ତାରିଖରୁ ଷୋଳପୂଜା ନିମନ୍ତେ ସ୍ୱତନ୍ତ୍ର ନୀତିକାନ୍ତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସେଥିପାଇଁ ଏହା ପୂର୍ବରୁ ବୈଷୟିକ ସର୍ଭେ ଶେଷ କରାବାକୁ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ଚିଠି ଳେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ତେବେ ଗତ 18 ତାରିଖରେ ଭିତର ରତ୍ନଭଣ୍ଡାରର ଭରଟିକାଲ୍ ଓ ହରାଇଜୋଣ୍ଟାଲ ଲେଜର୍ ସ୍କାନିଂ କରାଯାଇଛି । ଏହାସହ  ଫିଜିକାଲ୍ ଯାଞ୍ଚ ସହ ରତ୍ନଭଣ୍ଡାରର ସ୍ଥିତି ଜାଣିବା ପାଇଁ ଷ୍ଟ୍ରକଚରାଲ୍ ଯାଞ୍ଚ ମଧ୍ୟ କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!