ଟେକ୍ନୋଲୋଜିବିଶ୍ୱଶୀର୍ଷ ଖବର

ଆମକୁ ଅଯଥାରେ ହଇରାଣ କରାଯାଉଛି : ଏଲନ ମସ୍କ

ରାଗିଗଲେ ଏଲନ ମସ୍କ

ସୁନୀତା ୱିଲିୟମ୍ସଙ୍କୁ ଫେରେଇ ଆଣିବାକୁ ଯାଉଥିବା ସ୍ପେସଏକ୍ସ ଉପରେ ଆମେରିକାର ଫେଡରେଲ ଆଭିଏସନ ଆଡମିନିଷ୍ଟ୍ରେସନ ଲଗେଇଛି ଜୋରିମନା। ଏହି ଜୋରିମନାରେ ରାଗି ଯାଇ ଏଲନ ମସ୍କ ଲେଖିଛନ୍ତି – ଏଫଏଏ ଆମର ଛୋଟ ଛୋଟ କଥାକୁ ନେଇ ଆମ ଉପରେ ଖୁବ୍‌ ଜୋରିମନା ଲଗାଉଛି। ମସ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ନିଜର ମତ ରଖି କହିଛନ୍ତି ଯେ, ସେ ସେହି ଜିନିଷ ଗୁଡ଼ିକୁ ନେଇ ଆମ ଉପରେ ଜୋରିମନା ଲଗାଇଛି, ଯାହାର ସୁରକ୍ଷାରେ ତାଙ୍କର କୌଣସି ନେଣଦେଣ ନାହିଁ। ତାଙ୍କର କହିବା ହେଲା ଯେ, ନାସା ବୋଇଂର ସ୍ପେସକ୍ରାଫ୍ଟକୁ ମହାକାଶ ଯାତ୍ରୀଙ୍କ ଫେରିବା ପାଇଁ ଅସୁରକ୍ଷିତ ମନେକରିଛି, ସେ ଆମକୁ ଫେରାଇ ଆଣିବାକୁ ଦାୟିତ୍ୱ ଦେଲେ , କିନ୍ତୁ ଏଫଏଏ ବୋଇଂ ଉପରେ ଜୋରିମନା ଲଗାଇବା ପରିବର୍ତ୍ତେ ଆମ ଉପରେ ଜୋରିମନା ଲଗାଉଛି।

ଉଲ୍ଲେଖନୀୟ ଯେ, ବୋଇଂ ସ୍ପେସକ୍ରାଫ୍ଟରେ ମହାକାଶ ଯାତ୍ରାରେ ଯାଇଥିବା ବୁଚ୍‌ ୱିଲମୋର ଓ ସୁନୀତା ୱିଲିୟମ୍ସ ସେଠାରେ ଫସିଛନ୍ତି। ନାସା ତାଙ୍କୁ ଫେରେଇ ଆଣିବାକୁ ଦାୟିତ୍ୱ ସ୍ପେସଏକ୍ସକୁ ଦେଇଛି। ବୋଇଂ ଷ୍ଟାରଲାଇନରରେ ଆସିଥିବା ତ୍ରୁଟି ପରେ ନାସା ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇବାକୁ ମନା କରି ଥିଲା ,ଏବଂ ଅନେକ ସମୟ ତର୍କ ବିତର୍କ ପରେ ବୋଇଂକୁ ନିଜର ସ୍ପେସକ୍ରାଫ୍ଟକୁ ବିନା କ୍ରୁରେ ପୃଥିବୀକୁ ଆଣିବାକୁ ପଡ଼ିଲା।

ମସ୍କ କହିଛନ୍ତି ଯେ , ଏମିତି ସବୁ ନାଟକ ବହୁତ ହୋଇଗଲା। ଆମେ ଭଲ କାମ କରୁଛୁ , ଏହା ପରେ ବି ଆମକୁ ଲଗାତାର ଜୋରିମନାର ସାମନା କରିବାକୁ ପଡ଼ୁଛି। ସ୍ପେସଏକ୍ସର ଡେଭିଡ୍‌ ହ୍ୟାରିସ୍‌ଙ୍କ ଦ୍ୱାରା ଲେଖା ଯାଇ ଥିବା ଚିଠିକୁ ପୋଷ୍ଟ କରି ମସ୍କ ଲେଖିଛନ୍ତି କି , ହ୍ୟାରିସ୍‌ ଚିଠି ଲେଖି ଏଫଏଏର ତଦାରଖ କରୁଥିବା କମିଟିକୁ ନିଜର ସମସ୍ୟା ଜଣାଇଛନ୍ତି। ଏହି ଚିଠିରେ ଆମେ କମ୍ପାନୀର ଅଭିଯୋଗ ଓ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତା ଉପରେ ଜୋର ଦେଇଛୁ।

ଲାଇଭହିନ୍ଦୁସ୍ତାନ ଡଟ୍‌ କମ୍‌ର ସୂଚନା ଅନୁସାରେ, ଏଫଏଏ ସ୍ପେସଏକ୍ସ ବିରୋଧରେ ୬୩୩,୦୦୯ ଡଲାରର ଜୋରିମନାର ପ୍ରସ୍ତାବ ରଖିଛି। ଏଫଏଏ ପକ୍ଷରୁ ମଙ୍ଗଳବାର ଜାରି ଏକ ବୟାନରେ କୁହାଯାଇଛି ଯେ , ୨୦୨୩ ରେ ନିଜର ଦୁଇଟି ଲଞ୍ଚ ବେଳେ ସ୍ପେସଏକ୍ସ ଆବଶ୍ୟକୀୟ ଲାଇସେନ୍ସ ଗୁଡ଼ିକର ପାଳନ କରିବାରେ ବିଫଳ ରହିଥିଲା। ଏଥିପାଇଁ ୧୭ ସେପ୍ଟେମ୍ୱରରେ ଆମେ ନିଜର ପୂରା ଆଇନ ବ୍ୟବସ୍ଥାର ପାଳନ କରି ଏହା ବିରୋଧରେ ଜୋରିମନାର ପ୍ରସ୍ତାବ ଦେଇଥିଲୁ।

ଏଫଏଏ ଅଭିଯୋଗ କରିଛି କି, ସ୍ପେସଏକ୍ସ ପିଏସଏନ ସାଟ୍ରିଆ ମିଶନ ପାଇଁ ଡିସ୍କ୍ୱାଲିଫାଇ ଲଞ୍ଚ କଣ୍ଟ୍ରୋଲ ରୁମ୍‌ର ବ୍ୟବହାର କରିଛି ଏବଂ ୧୮ ଜୁନ୍‌, ୨୦୨୩ରେ ଆବଶ୍ୟକ  ଟି-୨ ଘଣ୍ଟାର ସର୍ବେକ୍ଷଣ କରି ନାହିଁ। ଏହା ବ୍ୟତୀତ ୨୮ ଜୁଲାଇ , ୨୦୨୩ରେ , ସ୍ପେସଏକ୍ସ ଇକୋଷ୍ଟାର ପାଇଁ ଡିସ୍କ୍ୱାଲିଫାଇ ରକେଟ୍‌ ପ୍ରୋପେଲେଣ୍ଟ ଫାର୍ମର ବ୍ୟବହାର କରିଥିଲା।

ଅନ୍ୟପଟେ ସ୍ପେସଏକ୍ସ ପକ୍ଷରୁ ଜାରି ବୟାନ ପରେ ଏଫଏଏର ମୁଖ୍ୟ ଓକିଲ ମାର୍କ ନିକୋଲ୍ସ କହିଛନ୍ତି , ଏଫଏଏରେ ଆମେ ଯାହା କିଛି ବି କରିଥାଉ , ତାହା ସୁରକ୍ଷା ନେଇ ପରିଚାଳିତ ହୋଇଥାଏ , ଯେଉଁଥିରେ ବ୍ୟବସାୟିକ ମହାକାଶ ପରିବହନ ଲାଇସେନ୍ସ ଥିବା କମ୍ପାନୀର ସୁରକ୍ଷା ନିରୀକ୍ଷଣର ଆଇନଗତ ଦାୟିତ୍ୱ ବି ସାମିଲ ଅଛି। ସେ କହିଛନ୍ତି କି କୌଣସି କମ୍ପାନୀ ଦ୍ୱାରା ସୁରକ୍ଷା ଆବଶ୍ୟକତା ଗୁଡ଼ିକର ପାଳନ କରିବାରେ ବିଫଳତାର ପରିଣାମ ଭୋଗିବାକୁ ହେବ। ମାର୍କ କହିଛନ୍ତି ଯେ, ଆମେ ଜବାବ ଦେବାକୁ ସ୍ପେସଏକ୍ସକୁ ୩୦ ଦିନର ସମୟ ଦେଇଛୁ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!