5Tଖେଳରାଷ୍ଟ୍ରଶୀର୍ଷ ଖବର

ଚାଇନାକୁ ହରାଇ ଭାରତ ଏସିଆ ଚାମ୍ପିୟନ

ଭାରତୀୟ ହକି ଟିମ୍ ଚାଇନା ମାଟିରେ ଚାଇନାକୁ ପରାସ୍ତ କରି ପଞ୍ଚମ ଥର ଲାଗି ଏସିଆ ଚାମ୍ପିୟନ ହୋଇଛି

ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଟିମ୍ ଚାଇନା ମାଟିରେ ଚାଇନାକୁ ପରାସ୍ତ କରି ପଞ୍ଚମ ଥର ଲାଗି ଏସିଆ ଚାମ୍ପିୟନ ହୋଇଛି। ଫାଇନାଲ ମୁକାବିଲାରେ ଚାଇନା ଭାରତୀୟ ଦଳ ସହିତ କଡ଼ା ମୁକାବିଲା କରିଥିଲା। ତୃତୀୟ କ୍ୱାର୍ଟର ସୁଦ୍ଧା ଉଭୟ ପକ୍ଷ କୌଣସି ଗୋଲ୍ କରିପାରି ନଥିଲେ। ତେବେ ଚତୁର୍ଥ କ୍ୱାର୍ଟରର ୧୦ ମିନିଟରେ ଭାରତ ପାଇଁ ଯୁଗରଜ ସିଂହ ଏକମାତ୍ର ଗୋଲ କରିଥିଲେ, ଯାହା ବିଜୟ ସୂଚକ ଥିଲା।

ଏହାପୂର୍ବରୁ ଭାରତ ସେମିଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟପଟେ ଚାଇନା ହକି ଟିମ୍ ପ୍ରଥମ ଥର ଲାଗି ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଫାଇନାଲରେ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜୟୀ ଭାରତ ଠାରୁ ପରାଜୟ ବରଣ କରି ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!