ଦୁର୍ଗାପୂଜା ସମୟରେ ସଂଗୀତ ପରିବେଷଣ ଉପରେ କଟକଣା ଲଗାଇଛନ୍ତି ବାଂଲାଦେଶର ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର। ନମାଜ ଓ ଆଜାନ ପାଠ ସମୟରେ ବାଦ୍ୟଯନ୍ତ୍ର ତଥା ଗୀତ ନ ବଜାଇବାକୁ ହିନ୍ଦୁ ସମ୍ପ୍ରଦାୟଙ୍କୁ କହିଛନ୍ତି। ମଙ୍ଗଳବାର ବାଂଲାଦେଶର ସ୍ୱରାଷ୍ଟ୍ର ବ୍ୟାପାର ବିଭାଗର ପରାମର୍ଶଦାତା ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଏମ ଜାହଙ୍ଗୀର ଆଲାମ ଚୌଧୁରୀ କହିଛନ୍ତି, “ପୂଜା କମିଟିମାନଙ୍କୁ ସାଉଣ୍ଡ ସିଷ୍ଟମ ବନ୍ଦ କରିବାକୁ ଏବଂ ଆଜାନ ଓ ନମାଜ ସମୟରେ ବାଦ୍ୟଯନ୍ତ୍ର ନ ବଜାଇବାକୁ କୁହାଯାଇଛି। ଆୟୋଜକମାନେ ମଧ୍ୟ ଏହି ଅନୁରୋଧରେ ସହମତ ହୋଇଛନ୍ତି।” ଏନେଇ ଢାକା ସଚିବାଳୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୂଚନା ଦେଇଛନ୍ତି ଏମ ଜାହଙ୍ଗୀର ଆଲାମ ଚୌଧୁରୀ। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ ବାଂଲାଦେଶରେ ମୋଟ ୩୨,୬୬୬ ପୂଜା ପାଣ୍ଡାଲ ପ୍ରତିଷ୍ଠା କରାଯିବ। କେବଳ ରାଜଧାନୀର ଉତ୍ତର ଏବଂ ଦକ୍ଷିଣ ସହରରେ ୧୫୭ ଏବଂ ୮୮ଟି ମଣ୍ଡପରେ ପୂଜାପାଠ କରାଯିବ।
Related Articles
Check Also
Close
-
କ୍ବାଡକାହା ବିରୁଦ୍ଧରେ ନୁହେଁ : ପ୍ରଧାନମନ୍ତ୍ରୀSeptember 22, 2024