ଓଡିଶାଶୀର୍ଷ ଖବର
Trending

ମାଲକାନଗିରିରେ ବସ୍‌ ଧକ୍କାରେ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟଣାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଗଭୀର ଶୋକ ପ୍ରକାଶ

ମାଲକାନଗିରିରେ ବସ୍‌ ଧକ୍କାରେ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟଣାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି। ଏହାଛଡ଼ା ସେ ମୃତକଙ୍କ ନିକଟତମ ସଂପର୍କୀୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ନେଇ ଘୋ‌ଷଣା କରିଛନ୍ତି।

ସୂଚନାଯୋଗ୍ୟ, ମାଲକାନଗିରି ନିକଟସ୍ଥ ଏମ୍‌ଭି-୭ ଗାଁ ନିକଟରେ ଗତକାଲି ସଂଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ବସ୍‌ ଧକ୍କାରେ ଘଟଣାସ୍ଥଳରେ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଏମ୍‌ଭି-୮୬ର ପ୍ରତାପ ବିଶ୍ବାସ, ଗୁଡ଼ୁ ବିଶ୍ବାସ ଓ କରଣ ସେନ। ଖବର ପାଇ ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମାଲକାନଗିରିରୁ ପଡ଼ିଆ ଚଳାଚଳ କରୁଥିବା ଓଏସ୍‌ଆରଟିସି ବସ୍‌ (ଓଡି-୩୦-୪୯୦୯) ସଂଧ୍ୟା ପ୍ରାୟ ୬ଟାରେ ତମସା ନଦୀ ଅତିକ୍ରମ କରୁଥିଲା। ଗୋଟିଏ ବୁଲାଣିରେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ବାଇକ୍‌କୁ ଏହା ଜୋର୍‌ରେ ଧକ୍କା ଦେବା ସହ କିଛି ଦୂର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ଯାହାଫଳରେ ୩ ବାଇକ୍‌ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।

  • ଦୁର୍ଘଟଣା ପରେ ଲୋକଙ୍କ ଭିଡ଼ ହେବାରୁ ବସ୍‌ ଚାଳକ ସେଠାରୁ ଫେରାର ହୋଇଯାଇଥିଲା। ପୁଲିସକୁ ଖବର ଦିଆଯିବାରୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଫେରାର ଡ୍ରାଇଭରଙ୍କ ସନ୍ଧାନ ଚାଲିଥିବା ପୁଲିସ କହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!