ଅସଲି ପୋଲିସ ହାତରେ ନକଲି ପୋଲିସ । ପୋଲିସ ୟୁନିଫର୍ମ ପିନ୍ଧି , ନକଲି ପରିଚୟପତ୍ର ଦେଖାଇ ଗ୍ରାମବାସୀଙ୍କ ଠାରୁ ଲୁଟୁଥିଲା ଟଙ୍କା । ହେଲେ ସନ୍ଦେହ କରି ଟଙ୍କା ଆଦାୟ କଲା ବେଳେ କାବୁ କଲେ ଗ୍ରାମବାସୀ । ଖବର ପାଇ ଘଟଣା ସ୍ଥଳରୁ ଜଣକୁ ଗିରଫ କଲା ପୋଲିସ । ସୂଚନା ଅନୁସାରେ, ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ଚଣ୍ଡିପୁର ଗ୍ରାମରେ ପୋଲିସ ୟୁନିଫର୍ମ ପିନ୍ଧି କିଛି ଯୁବକ ଟଙ୍କା ଆଦାୟ କରୁଥିଲେ । ତେବେ ସ୍ଥାନୀୟ ଲୋକ ସନ୍ଦେହ କରି ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ୪ ଜଣ ଫେରାର ହୋଇଯାଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଁଚି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣକ ହେଲା ବୌଦ୍ଧ ଥାନା ନକୁଆନାଳୀ ଗ୍ରାମର ଶରତ ବେହେରା । ଅଭିଯୁକ୍ତ ନିକଟରୁ ପୋଲିସ ୟୁନିଫର୍ମ, ନକଲି ପୋଲିସ ପରିଚୟ ପତ୍ର , ବେଲ୍ଟ ଓ ଏକ ମୋବାଇଲ ଫୋନ ଜବତ ହୋଇଛି। ଫେରାର ୪ ଜଣକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
Related Articles
Check Also
Close