କାମ ଦେଲା ନାହିଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଲୋଚନା ଆମନ୍ତ୍ରଣ। ମଙ୍ଗଳବାର ବିକ୍ଷୋଭକାରୀ ଡାକ୍ତରମାନେ ପଶ୍ଚିମବଙ୍ଗ ସରକାରଙ୍କ ଆଲୋଚନା ପାଇଁ ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାସହ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଜବାବରେ ସେମାନଙ୍କ ବିରୋଧ ଜାରି ରଖିବା ସହ କାର୍ଯ୍ୟ ବନ୍ଦ କରିବାକୁ ଶପଥ ନେଇଛନ୍ତି।ଜୁନିଅର ଡାକ୍ତରଙ୍କ ମଧ୍ୟରୁ ଜଣେ କହିଛନ୍ତି, “ଆମେ ସ୍ବାସ୍ଥ୍ୟ ଭବନ ବାହାରେ ବିରୋଧ କରୁଛୁ। ତେବେ ଇ-ମେଲ ମାଧ୍ୟମରେ ଆମ ସହ ଯୋଗାଯୋଗ କରିବାର କ’ଣ ଆବଶ୍ୟକତା କ’ଣ ଥିଲା? ଆମେ ଆମର ଦାବିକୁ ସ୍ପଷ୍ଟ ଭାବରେ ଜଣାଇସାରିଛୁ। ଆମ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମେ ବିରୋଧ ଜାରି ରଖିବୁ।।’’ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଏନ୍ଏସ୍ ନିଗମ ଏକ ଇ-ମେଲ୍ କରି ଲେଖିଥିଲେ କି ଏକ ୧୦ ଜଣିଆ ପ୍ରତିନିଧି ଦଳ ସହ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ସେପଟେ ସୁପ୍ରିମକୋର୍ଟ ତୁରନ୍ତ ଜୁନିୟର ଡାକ୍ତର ଆନ୍ଦୋଳନ ପ୍ରତ୍ୟାହାର କରି କର୍ମକ୍ଷେତ୍ରକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ନ୍ୟାୟ ଦାବିରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି । କୋଲକାତା ଲଜ୍ଜା ମାମଲାରେ ଜାରି ରହିଥିବା ଅଚଳାବସ୍ଥାକୁ ତୁଟାଇବା ପାଇଁ ଆନ୍ଦୋଳନକାରୀଙ୍କୁ ଆଲୋଚନା ପାଇଁ ଟେବଲକୁ ଡାକିଥିଲେ ମମତା ବାନାର୍ଜୀ । ହେଲେ ମମତାଙ୍କ ସେହି ନିମନ୍ତ୍ରଣକୁ କେହି ହେଲେ କର୍ଣ୍ଣପାତ କରିନାହାନ୍ତି।
Related Articles
Check Also
Close
-
୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନOctober 14, 2024