ଷଠି ଓଷା ହେଉଛି ଆମ ରାଜ୍ୟର ଏକ ପାରମ୍ପାରିକ ଓଷା। ଷଠି ଠାକୁରାଣୀଙ୍କୁ ଜନ୍ମଦେବୀ ବୋଲି କୁହାଯାଏ । ପିଲାଙ୍କ ମଂଗଳ ପାଇଁ ମାଆମାନେ ଷଠି ଠାକୁରାଣୀଙ୍କୁ ପୂଜିଥାନ୍ତି। ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ (ଗଣେଶ ପୂଜାର ଦୁଇ ଦିନ ପରେ) ଷଠି ଓଷା ପଡ଼େ। ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ଶାକାହାରୀ ତରକାରୀ ଭଳି ଛଅ ପ୍ରକାର ଖାଦ୍ୟ ରନ୍ଧାହୁଏ । ଶିଳପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା’ ଉପରେ ହଳଦୀ ରଖାଯାଏ । ଅପମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳୀ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଏ । ଗୋଟେ ପୂର୍ଣ୍ଣ କୁମ୍ଭ ତା’ ପାଖରେ ରଖାଯାଏ । ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ତା’ ପାଖରେ ଥୁଆ ହୁଏ । ତା’ପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ । ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି ।
Related Articles
Check Also
Close
-
ଏ ବର୍ଷର ଥିମ୍ ‘ମଣ୍ଟ୍ରିଲ୍ ପ୍ରୋଟୋକଲ୍ ଆଡଭାନ୍ସିଂ କ୍ଲାଇମେଟ୍ ଆକ୍ସନ୍’September 16, 2024