ଟାଇମ ମାଗାଜିନ୍ ‘ଏଆଇ-୨୦୨୪ରେ ସବୁଠୁ ପ୍ରଭାବଶାଳୀ ୧୦୦ ବ୍ୟକ୍ତି’ଙ୍କ ତାଲିକା ପ୍ରକାଶ କରିଛି । ବିଶ୍ୱରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)କୁ ଆକାର ଦେବାରେ ଅଗ୍ରଣୀ ବ୍ୟକ୍ତିଙ୍କୁ ଏଥିରେ ତାଲିକାଭୁକ୍ତ କରାଯାଇଛି । ଏହି ତାଲିକାରେ ବହୁ ପ୍ରମୁଖ ନାଁ ଯେପରି ଗୁଗଲ ସିଇଓ ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲା, ଓପନ ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ, ମେଟା ସିଇଓ ମାର୍କ ଜୁକରବର୍ଗ, ଏନ୍ଭିଡିଆ ସିଇଓ ଜେନ୍ସେନ ହୁଆଙ୍ଗ. ଆଦି ସ୍ଥାନିତ ହୋଇଛନ୍ତି । ଏଆଇ ଏବଂ ପ୍ରାଦ୍ୟୋଗିକ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ଲିଷ୍ଟରେ ଭାରତୀୟଙ୍କ ମଧ୍ୟରେ ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଇନ୍ଫୋସିସ୍ ସହପ୍ରତିଷ୍ଠାତା ନନ୍ଦନ ନିଲେକାନି, ଅଭିନେତା ଅନିଲ କପୁର ରହିଛନ୍ତି ।
ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ଲକ୍ଷ୍ୟକୁ ହାସଲ କରିବା ଦିଗରେ ଉଲ୍ଲେଖନୀୟ ନେତୃତ୍ୱ ପାଇଁ ଅଶ୍ୱିନୀ ବୈଷ୍ଣବ ଟପ୍ ଗ୍ଲୋବାଲ ଏଆଇ ଲିଡରଙ୍କ ମଧ୍ୟରେ ସ୍ଥାନିତ କରାଯାଇଛି । ଅଶ୍ୱିନୀଙ୍କ ତତ୍ତ୍ୱାବଧାନରେ ଆସନ୍ତା ୫ ବର୍ଷରେ ଭାରତ ଶୀର୍ଷ ୫ ସେମିକଣ୍ଡକ୍ଟର ଉତ୍ପାଦନକାରୀ ଦେଶ ମଧ୍ୟରେ ସାମିଲ ହେବା ନେଇ ଉଦ୍ୟମ ଜାରି ରହିଛି ଏବଂ ଏଥିପାଇଁ ଅନେକ ଫ୍ୟାକ୍ଟ୍ରି ନିର୍ମାଣ କାମ ଆରମ୍ଭ ହୋଇଥିବା ମାଗାଜିନ୍ ପକ୍ଷରୁ କୁହାଯାଇଛି । ସେହିପରି ଡିଜିଟାଲ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକଚରରେ ଯୋଗଦାନ ପାଇଁ ନନ୍ଦନ ନିଲେକାନିଙ୍କୁ ତାଲିକାରେ ସ୍ଥାନ ପାଇଛନ୍ତି ।