ରାଜ୍ୟଶୀର୍ଷ ଖବରଶ୍ରୀକ୍ଷେତ୍ର
Trending

ଆଇନ ମନ୍ତ୍ରୀଙ୍କ ବଡ଼ ସୂଚନା । ଶ୍ରୀମନ୍ଦିରରେ ଲାଗୁହେବ ୟୁନିଫର୍ମ ପଲିସୀ, ଉଦ୍ଧାର ହେବ ମହାପ୍ରଭୁଙ୍କ ଜବରଦଖଲ ଜମି

ଆଇନ ମନ୍ତ୍ରୀଙ୍କ ବଡ଼ ସୂଚନା ଉଦ୍ଧାର ହେବ ମହାପ୍ରଭୁଙ୍କ ଜବରଦଖଲ ଜମି

ପୁରୀ ଶ୍ରୀମନ୍ଦିରକୁ ନେଇ ଆଇନମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି କି, ମହାପ୍ରଭୁଙ୍କ ଜମିକୁ ଜବରଦଖଲ କରି ରଖାଯାଇଥିବା ବେଳେ ତାହା ମନ୍ଦିରର କୌଣସି କାମରେ ଲାଗୁନାହିଁ । ତେଣୁ ଜବରଦଖଲ ହୋଇଥିବା ଜମିକୁ କିଭଳି ଉଦ୍ଧାର କରାଯିବ ତା ଉପରେ ସରକାର ଖୁବଶୀଘ୍ର ପଦକ୍ଷେପ ନେବେ । ଏହାସହ ଶ୍ରୀମନ୍ଦିରରେ କାର୍ଯ୍ୟରତ ସମସ୍ତଙ୍କ ପାଇଁ ସରକାର ୟୁନିଫର୍ମ ପଲିସୀ ଆଣିବାକୁ ଯାଉଥିବା କଥା ସେ ସୂଚନା ଦେଇଛନ୍ତି । କେବଳ ଶ୍ରୀମନ୍ଦିର ନୁହେଁ ଅନ୍ୟ ମନ୍ଦିରମାନଙ୍କରେ ମଧ୍ୟ ପର୍ଯ୍ୟାୟକ୍ରମେ ୟୁନିଫର୍ମ ପଲିସୀ ଲାଗୁ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ଶ୍ରୀମନ୍ଦିରରେ ୧୦ ହଜାର କୋଟି ଟଙ୍କା କପର୍ସ ଫଣ୍ଡ ଗଠନ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ । ରାଜ୍ୟର ସମସ୍ତ ମନ୍ଦିରରେ ନୀତିକାନ୍ତି ପାଇଁ ସ୍ୱବନ୍ଦୋବସ୍ତ କରାଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!