ରାଜଧାନୀ ଦିଲ୍ଲୀରୁ ଧରାପଡ଼ିଲା ୮୨ କେଜିରୁ ଅଧିକ କୋକେନ୍। ଏକ କୋରିୟର ସେଣ୍ଟରରୁ ଏହି କୋକେନ୍ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୯୦୦ କୋଟି ଟଙ୍କାରୁ ଅଧିକ ହେବ ।କେନ୍ଦ୍ର ଗୃହମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ଡ୍ରଗ୍ସ ରାକେଟ୍ ବିରୋଧରେ ଅନୁସନ୍ଧାନ ଜାରି ରହିବ ବୋଲି କହିଛନ୍ତି ଅମିତ ଶାହ । ଏତେ ପରିମାଣରେ କୋକେନ୍ ଜବତ ହୋଇଥିବାରୁ ଏନ୍ସିବି ବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ଶୁଭେଚ୍ଛା ଜଣାଇଛନ୍ତି ଗୃହମନ୍ତ୍ରୀ । ଏନ୍ସିବିର ସୂଚନା ଅନୁସାରେ ଜବତ ହୋଇଥିବା କୋକେନ୍କୁ ଅଷ୍ଟ୍ରେଲିଆ ପଠାଯିବାର ଥିଲା। ଏଥିରୁ କିଛି ମାତ୍ରାରେ କୋରିୟର ଓ ଛୋଟ କାର୍ଗୋ ସେବା ମାଧ୍ୟମରେ ପଠାଯାଉଥିବା ବେଳେ ଧରାପଡ଼ିଥିଲା। ଏଥିରେ ସଂପୃକ୍ତ ଲୋକେ ହାୱଲା ମାଧ୍ୟମରେ ଅପରେଟ୍ କରନ୍ତି। ଜଣେ ଅନ୍ୟ ଜଣଙ୍କ ପାଇଁ ଅଚିହ୍ନା। ଏମାନେ ପ୍ରତିଦିନ କଥାବାର୍ତ୍ତା ପାଇଁ ଛଦ୍ମନାମ ବ୍ୟବହାର କରିଥାନ୍ତି ।
Related Articles
Check Also
Close
-
କମିଶନରେଟ ପୁଲିସର ଚଢ଼ାଉOctober 16, 2024