ଆଧୁନିକ ହେବ ରୌପ୍ୟ ନଗରୀ କଟକ। ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କରି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହାନଦୀରେ ହେବ ଦୁଇଟି ରିଭର ଫ୍ରଣ୍ଟ । କଟକ ଓ ସମ୍ବଲପୁରରେ ରିଭର ଫ୍ରଣ୍ଟ ହେବ । ଏହା ସାବରମତୀ ରିଭର ଫ୍ରଣ୍ଟ ଭଳି ହେବ । ଏଥିପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବାଲିଯାତ୍ରା ପାଇଁ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ମହାନଦୀ ପଠା । ଏଥର ଯୋଗ ଦେଇଛନ୍ତି ୧୩ଟି ଦେଶର ରାଷ୍ଟ୍ରଦୂତ ଓ ହାଇକମିଶନର ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି ଦେଶର କଳାକାର ବାଲିଯାତ୍ରାରେ ସେମାନଙ୍କ କଳା ପ୍ରଦର୍ଶନ କରିବେ । ଏହି ଐତିହାସିକ ଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରରେ ପହଂଚାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।
Related Articles
Check Also
Close
-
ବେହେଡା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମSeptember 27, 2024