ଓଡିଶା
Trending

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା

ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା  ସମ୍ଭାବନା

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଦକ୍ଷିଣ ପଶ୍ଚିମ  ବଙ୍ଗୋପସାଗରରେ ଶୁକ୍ରବାର ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ହୋଇଛି । ଏହାର ପ୍ରଭାବରେ  ଆସନ୍ତା ୪୮ ଘଣ୍ଟା ଭିତରେ ଦକ୍ଷିଣ ପଶ୍ଚିମ  ବଙ୍ଗୋପସାଗରରେ ଏକ ଲଘୁଚାପ  ସୃଷ୍ଟିର ସମ୍ଭାବନା ଥିବା ନେଇ ଭାରତୀୟ  ପାଣିପାଗ ବିଭାଗ (ଆଇଏମ୍‌ଡି)  ପୂର୍ବାନୁମାନ କରିଛି ।

ଲଘୁଚାପ ସୃଷ୍ଟି ପରେ ଏହା ପଶ୍ଚିମ ଦିଗରେ ଗତି କରି  ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ପହଞ୍ଚିବ ।  ଓଡ଼ିଶା ଉପରେ ଲଘୁଚାପର ହାଲୁକା ପ୍ରଭାବ ରହିପାରେ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ ଆକଳନ  କରିଛନ୍ତି । ସେ କହିଛନ୍ତି, ୯ ତାରିଖ  ରାତିରୁ ୧୧ ତାରିଖ ଯାଏ ଦକ୍ଷିଣ ଓଡ଼ିଶା ଓ  ଉପକୂଳ ଓଡ଼ିଶାରେ ବର୍ଷା ହେବ । ତେବେ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା  ସମ୍ଭାବନା ଅଛି । ଉପକୂଳ ଓଡ଼ିଶାରେ ସ୍ୱଳ୍ପ  ବର୍ଷା ହୋଇପାରେ ବୋଲି ଆଇଏମ୍‌ଡି ଆକଳନ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!