ମା’କାଳୀଙ୍କ ପୂଜା ପାଇଁ ଚରମ୍ପା ଚଳଚଞ୍ଚଳ ହୋଇଛି । ଗୁରୁବାର ଚରମ୍ପାରେ ପୂଜା ପାଉଥିବା ୯ଟି ମଣ୍ଡପର କଳସ ବୁଡ଼ା କାର୍ଯ୍ୟକ୍ରମ ଆରମ୍ଭ ହେବ । ଷ୍ଟେସନ ନିକଟ ଟ୍ରାଫିକ କାଳୀ ମଣ୍ଡପ ପୂଜା ପାଇଁ ରାତି ୯ଟାରେ ଘଟ ଉତ୍ତୋଳନ ହେବ । ଏଥିନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଭଦ୍ରକ ରେଲୱେ ଷ୍ଟେସନ କର୍ମମର୍ତ୍ତାଙ୍କ ଦ୍ୱାରା ଏହି ପୂଜା ଆୟୋଜିତ ହୋଇ ଆସୁଛି । ସେହିଭଳି ସ୍କୁଲ ରୋଡ୍ କାଳୀ ପୂଜା ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ରୂପରେଖ ନେଇଛି । ମା’ଙ୍କ ମୃଣ୍ମୟୀମୂର୍ତ୍ତୀ ଶେଷ ସ୍ପର୍ଶ ସରିଥିବାବେଳେ ରାତିଠାରୁ ପୂଜାର ରୀତିନୀତି ଆରମ୍ଭ ହେବ । ବିଶାଣିଖରିଦା ପୂଜା ପାଇଁ ମା’ଙ୍କ କଳସ ବୁଡ଼ା ନୀତି ରାତି ଗୋଟେରେ ଆରମ୍ଭ ହେବ । ଚଳିତ ବର୍ଷ ବାତ୍ୟା ପାଇଁ ପୂଜା ମଣ୍ଡପ ସାଜସଜା ଧିମେଇଛି । କର୍ମଚାରୀ ରାତିଦିନ ଏକ କରି କାର୍ଯ୍ୟରେ ଲାଗିଛନ୍ତି । ସନ୍ଧ୍ୟା ସୁଦ୍ଧା ମା’ଙ୍କ ତୋରଣ ସଜା କାର୍ଯ୍ୟ ଶେଷ ହେବ ବୋଲି ଜଣାପଡ଼ିଛି ।