ଓଡିଶାଟ୍ୱିନ ସିଟିଶୀର୍ଷ ଖବରସଂସ୍କୃତିସିନେମା
Trending

ସରଗରମ ପୂଜା ବଜାର ! ସିନେମା ଷ୍ଟାରଙ୍କ ଲଢେଇ

ଚଳିତ ବର୍ଷ ପୂଜାରେ ଏକାଥରକେ ୪ଟି ଓଡ଼ିଆ ସିନେମା ମୁକ୍ତିଲାଭ କରିବାକୁ ଯାଉଛି। ଆସନ୍ତା ୯ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ‘କର୍ମ’, ‘ଖୋକାଭାଇ’, ‘ଭିଲେନ୍‌‌’ ଏବଂ ଦୁର୍ଗା’। ସେହିପରି ୪ ତାରିଖରେ ‘ସନମ୍‌‌ ତୁ ସୁହାନା’ ପ୍ରଥମେ ପୁରୀରେ ଏବଂ ପରେ ରାଜ୍ୟର ଅନ୍ୟ ହଲ୍‌‌ଗୁଡ଼ିକରେ ମୁକ୍ତିଲାଭ କରିବ। ତେବେ ସିନେମାଗୁଡ଼ିକ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ ବୋଲି ସିନେମାର ପ୍ରଯୋଜନା ସଂସ୍ଥା ଓ ନିର୍ଦ୍ଦେଶକମାନେ ଆଶା ରଖିଥିବାବେଳେ ସିନେମାଗୁଡ଼ିକର ଟ୍ରେଲର୍‌‌, ପୋଷ୍ଟର ଓ ଗୀତଗୁଡ଼ିକ ସାମାଜିକ ଗଣମାଧ୍ୟମରେ ବେଶ୍‌‌ ପ୍ରଶଂସା ସାଉଁଟିଛି।

ଗୋଟିଏ ଟିକଟ୍‌‌ରେ ଆଉ ଗୋଟିଏ ମାଗଣା
ଆସନ୍ତା ୪ ତାରିଖରେ ରିଲିଜ୍‌‌ ହେବ ଓଡ଼ିଆ ସିନେମା ‘ସନମ୍‌‌ ତୁ ସୁହାନା’। ଏହି ଅବସରରେ ଆସନ୍ତା ୪ରୁ ୬ ତାରିଖ ପର୍ଯ୍ୟନ୍ତ ସ୍ପିନ୍‌‌ ଅଫର ଘୋଷଣା କରିଛନ୍ତି ପ୍ରଯୋଜକ ବିନି ପଟ୍ଟନାୟକ। ସେହିପରି କର୍ମ, ଭିଲେନ୍‌‌, ଖୋକାଭାଇ ତୁମ ପାଇଁ ଓ ଦୁର୍ଗା ସିନେମାକୁ ମଧ୍ୟ ସେ ନିଜ ଫିଲ୍ମ ମାଧ୍ୟମରେ ପ୍ରମୋସନ କରୁଛନ୍ତି। ତେବେ ଆଗାମୀ ୪ରୁ ୬ ତାରିଖ ଭିତରେ ଯେଉଁ ଦର୍ଶକ ‘ସନମ ତୁ ସୁହାନା’ ସିନେମାର ଟିକଟ କାଟି ଦେଖିବାକୁ ଆସିବେ ସେମାନେ ଏକ ସ୍ପିନ୍‌‌ ଗେମ୍‌‌ ଖେଳିବାର ସୁଯୋଗ ପାଇବେ। ଏହି ସ୍ପିନର୍‌‌ ତଥା ଚକ୍ର ଘୂରାଇବା ଫଳରେ ଯେଉଁ ଫିଲ୍ମରେ ତୀର ଚିହ୍ନ ଅଟକିବ ସେହି ଫିଲ୍ମର ଟିକଟ ମାଗଣା ମିଳିବ ବୋଲି ପ୍ରଯୋଜକ କହିଛନ୍ତି। ଏଥିପାଇଁ କୌଣସି ଲିମିଟ୍‌‌ ନ ଥିବାବେଳେ ଗୋଟିଏ ଟିକଟ ପିଛା ଅନ୍ୟ ଗୋଟିଏ ଟିକଟର ବମ୍ପର ଅଫର ବୋଲି ସେ କହିଛନ୍ତି। ଏହାଦ୍ୱାରା ଦର୍ଶକମାନେ ତାଙ୍କ ଫିଲ୍ମ ସହ ଅନ୍ୟ ଫିଲ୍ମ ଦେଖିବାର ସୁଯୋଗ ପାଇବେ ତା’ ସହ ଓଡ଼ିଆ ଫିଲ୍ମର ଲଢ଼େଇ ନୁହଁ ବରଂ ଚଳିତ ବର୍ଷ ଦଶହରାରେ ଭାଇଚାରା ଦେଖିବାକୁ ମିଳିବ ବୋଲି ସେ

ମନ ଜିଣିବ ‘ଖୋକା ଭାଇ ତୁମ ପାଇଁ’
ଅକ୍ଷୟ ମହାନ୍ତିଙ୍କ ଗୀତକୁ ନୂଆ ରୂପରେ ଶୁଣିବେ ଶ୍ରୋତା। ଦଶହରାରେ ମୁକ୍ତିଲାଭ କରିବାକୁ ଥିବା ‘ଖୋକାଭାଇ ତୁମ ପାଇଁ’ ସିନେମାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଖୋକା ଭାଇ ହେଉଛନ୍ତି ପ୍ରତ୍ୟେକ ଓଡ଼ିଆଙ୍କର ସ୍ୱାଭିମାନ। ଏହି ସିନେମାରେ ଓଡ଼ିଶାବାସୀଙ୍କ ଭାବପ୍ରବଣତା ଯୋଡ଼ି ହୋଇଥିବା କୁହାଯାଉଛି। ସ୍ୱରାଜଙ୍କ ସହ ନବାଗତା ଲକି ମନୀଷା, ସରୋଜ ପରିଡ଼ା, ଉପାସନାଙ୍କୁ ମଧ୍ୟ ବିଭିନ୍ନ ଭୂମିକାରେ ଦେଖିବେ ଦର୍ଶକ। ପ୍ରଥମ ଥର ପାଇଁ ନୂଆ ଯୋଡ଼ି ସ୍ୱରାଜ ଓ ମନୀଷାଙ୍କ ସହ ଅଭିନେତ୍ରୀ ଅଙ୍କିତା ଦାସଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ। ସିନେମାର ନିର୍ଦ୍ଦେଶନା ଗିରିଶ୍‌‌ ମହାନ୍ତି ଦେଇଥିବାବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଶୁଭେନ୍ଦୁ କୁମାର ସାହୁ ଓ ବିଷ୍ଣୁପ୍ରିୟା ସାହୁ।

ଧୁମ୍‌‌ ମଚାଇବ ଅନୁଭବଙ୍କ ‘କର୍ମ’
ଅନୁପମ ପଟ୍ଟନାୟକ ନିର୍ଦ୍ଦେଶିତ ଏବଂ ବର୍ଷା ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ସିନେମା ‘କର୍ମ’ରେ ଦେଖିବାକୁ ମିଳିବ ଅନୁଭବ ମହାନ୍ତିଙ୍କ ଦମ୍‌‌ଦାର ଆକ୍ସନ, ଡ୍ରାମା ଓ ଡ୍ୟାନ୍ସ। ଏହାସହ ସୂର୍ଯ୍ୟମୟୀ, ଦିବ୍ୟାଦିଶାଙ୍କ ଅଭିନୟ ମଧ୍ୟ ଦର୍ଶକଙ୍କ ହୃଦୟସ୍ପର୍ଶ କରିବ। ଏଥିରେ ଅନୁଭବ ମହାନ୍ତି ଏକ ଅନେଷ୍ଟ ଇନ୍‌‌ଭେଷ୍ଟିଗେଟିଭ୍‌‌ ପୁଲିସ ଭୂମିକାରେ ନଜର ଆସିବେ। ତେବେ ଫିଲ୍ମଟି ହଲ୍‌‌କୁ ଆସିବା ପୂର୍ବରୁ ଚିରିଙ୍ଗ୍‌‌ ଚିରିଙ୍ଗ୍‌‌ ଓ ଧିତାଙ୍ଗ୍‌‌ ଧିତାଙ୍ଗ୍‌‌ ଗୀତ ଦର୍ଶକଙ୍କ ମଧ୍ୟରେ ବେଶ୍‌‌ ଉତ୍କଣ୍ଠା ସୃଷ୍ଟି କରିଛି। ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ପ୍ରତୀକ୍ଷା’ ଜାତୀୟ ପୁରସ୍କାର ପାଇଥିବାବେଳେ ଏହି ସିନେମାଟି ସବୁ ବର୍ଗର ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

‘ଦୁର୍ଗା’ରେ ନାରୀ ସଂଘର୍ଷର କାହାଣୀ
କୁମାର ପ୍ରିତମ ସାହୁଙ୍କ ପ୍ରଯୋଜନାରେ ଅନସମିସ ପ୍ରଡକ୍ସନ ବ୍ୟାନର୍‌‌ରେ ତାପସ ସରଘରିଆଙ୍କ ସମ୍ପୂର୍ଣ୍ଣ ମୌଳିକ କାହାଣୀକୁ ନେଇ ନିର୍ମିତ ସିନେମା ‘ଦୁର୍ଗା’ରେ ଦେଖିବାକୁ ମିଳିବ ନାରୀ ସଂଘର୍ଷର କହାଣୀ। ଜଣେ ନାରୀ କେତେବଳେ ଜନନୀ ତ ଆଉ କେତେବେଳେ ଭଗିନୀ, ଜାୟା ଏବଂ ପୁଣି କେତେବେଳେ ସର୍ବଂସହାଁ। ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ଭାଳିକୁ ଯାଇ ସେ କେଉଁ କେଉଁ ପରିସ୍ଥିତିର ସାମ୍ନା କରିଥାଏ ତାହା ଏହି ସିନେମା ମାଧ୍ୟମରେ ଦର୍ଶାଯାଇଛି। ଏଥିରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ପୁନମ୍‌‌ ମିଶ୍ର ରହିଥିବାବେଳେ ମୁମ୍ବାଇ ଅଭିନେତ୍ରୀ ଇଷା ତଲୱାର, ରାଜ ରାଜେଶ, ଅଭିଷେକ, ହରିହର ପ୍ରମୁଖ ଅଭିନୟ କରିଛନ୍ତି। ତେବେ ଶାରଦୀୟ ପୂଜା ବଜାରରେ ସିନେମାଟି ଦର୍ଶକଙ୍କୁ ନିଶ୍ଚିତ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା

‘ଭିଲେନ୍‌‌’ରେ ଗ୍ୟାଙ୍ଗ୍‌‌ଷ୍ଟର ଅର୍ଦ୍ଧେନ୍ଦୁ
ସେହିପରି ଆଉ ଏକ ଆକ୍ସନପ୍ୟାକ୍‌‌ଡ ‘ଭିଲେନ୍‌‌’ ମଧ୍ୟ ଏଥର ଦଶହରାରେ ଦର୍ଶକଙ୍କୁ ବେଶ୍‌‌ ମନୋରଞ୍ଜନ ଯୋଗାଇବ। ଏଥିରେ ଅଭିନେତା ଅର୍ଦ୍ଧେନ୍ଦୁଙ୍କୁ ଗ୍ୟାଙ୍ଗ୍‌‌ଷ୍ଟର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହାସହ ତମନ୍ନାଙ୍କ ଚୁଲ୍‌‌ବୁଲି ଅଭିନୟ ମଧ୍ୟ। ସେହିପରି ଉଷଶ୍ରୀ ମିଶ୍ର, ସମରେଶ, ବବି ମିଶ୍ର, ଶକ୍ତି ବରାଳ, ଇଲୁ ବାନାର୍ଜୀ ପ୍ରମୁଖ ଆଗଧାଡ଼ିର କଳାକାରଙ୍କ ଚିତ୍ତାକର୍ଷକ ଅଭିନୟ ଦେଖିବାକୁ ମିଳିବ। ଆଦିଲକ୍ଷ୍ମୀ ଏଣ୍ଟରଟେନ୍‌‌ମେଣ୍ଟ ବ୍ୟାନର୍‌‌ରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା କେ. ମୁରଲୀକ୍ରିଷ୍ଣ ଦେଇଥିବାବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଆଦିକନ୍ଦ ସାହୁ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!