ଶୀର୍ଷ ଖବରଶ୍ରୀକ୍ଷେତ୍ରସଂସ୍କୃତି
Trending
ପୁରୀ ରେ ରାତି ୧୦ଟା ପରେ ବାଣ ଫୁଟାଇବାକୁ ବାରଣ ।
ସିଂହଦ୍ୱାର ନିକଟରେଶ୍ରଦ୍ଧାଳୁ କାଉଁରିଆ ଜାଳି ବଡ଼ବଡ଼ୁଆ ଡାକିବେ I
କାଉଁରିଆ ଜାଳିବା ନିମନ୍ତେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଚିହ୍ନଟ ହୋଇଛି ସ୍ଥାନ । ବ୍ୟାରିକେଡ କରି ବକ୍ସ ଭଳି କରାଯାଇଥିବା ସ୍ଥାନରେ ଶ୍ରଦ୍ଧାଳୁ କାଉଁରିଆ ଜାଳି ବଡ଼ବଡ଼ୁଆ ଡାକିବେ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସ୍ପି ଭିନିତ୍ ଅଗ୍ରୱାଲ।
ସେ ଆହୁରି କହିଛନ୍ତି, ଶ୍ରୀମନ୍ଦିରରେ ଠାକୁର ଦର୍ଶନ ନିମନ୍ତେ ଭିଡ଼ ବଢ଼ିବା ଆଶଙ୍କାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ପୁଲିସ ଫୋର୍ସ ମୁତୟନ କରାଯିବ। ଦୀପାବଳିରେ କେବଳ ଲାଇସେନ୍ସ ନେଇଥିବା ପଞ୍ଜିକୃତ ବ୍ୟକ୍ତି ନିର୍ଦ୍ଧାରିତ ସ୍ଥାନରେ ବାଣ ଦୋକାନ କରିପାରିବେ । ପୁରୀ ସହରର ତାଳବଣିଆଠାରେ ଲାଇସେନ୍ସ ବାଣ ଦୋକାନ ଖୋଲିଛି । ଏଠାରେ ଆବଶ୍ୟକ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଲୋକେ ଗ୍ରିନ୍ ବାଣ ଫୁଟାନ୍ତୁ ଓ ରାତି ୧୦ଟା ପରେ ବାଣ ଫୁଟାଇବାକୁ ବାରଣ କରାଯାଇଛି ।