5T
Trending

କ୍ୟାପିଟାଲ ହସ୍ପିଟାଲ ରେ ଅଭାବନୀୟ ଘଟଣା ମହିଳା ଙ୍କୁ ଦୁଷ୍କର୍ମ ଉଦ୍ୟମ !

ପୁଣି ବିବାଦ ଘେରକୁ ଆସିଛି କ୍ୟାପିଟାଲ୍‌ ହସ୍ପିଟାଲ। ସୁରକ୍ଷା ଦେବାକୁ ନିଯୁକ୍ତ ସୁରକ୍ଷାକର୍ମୀ ନିଜେ ପାଲଟିଗଲା ପିଶାଚ। ରୋଗୀଙ୍କୁ ସୁରକ୍ଷା ଯୋଗାଉଥିବା ସୁରକ୍ଷାକର୍ମୀ ଜଣେ ମହିଳାଙ୍କ ଅସହାୟତାର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବେଡ୍‌ ଉପରେ ଗୁରୁତର ସ୍ବାମୀ ଶୋଇଥିବାବେଳେ ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ଏନେଇ ମହିଳା ଜଣଙ୍କ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଥାନାରେ ମଧ୍ୟ ଦେଇଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ହସ୍ପିଟାଲ୍‌ ପରିସରରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସୂଚନାନୁସାରେ, ନବରଙ୍ଗପୁର ଅଞ୍ଚଳର ଏହି ମହିଳା ତାଙ୍କ ଅସୁସ୍ଥ ସ୍ବାମୀଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ସ୍ବାମୀଙ୍କର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ହସ୍ପିଟାଲ ୱାର୍ଡରେ ଭର୍ତ୍ତି କରାଇଥିଲେ। ଗତ ୨୪ ତାରିଖ ରାତିରେ ମହିଳା ଜଣକ ଉକ୍ତ ୱାର୍ଡରେ ଶୋଇଥିବା ବେଳେ ଅଭିଯୁକ୍ତ ସୁରକ୍ଷାକର୍ମୀ ୱାର୍ଡ ଭିତର ଲାଇଟ୍‌ ବନ୍ଦ କରି ମହିଳାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା। ସେତେବେଳେ ମହିଳାଙ୍କ ସ୍ବାମୀ ଗୁରୁତର ଅବସ୍ଥାରେ ବେଡ୍‌ ଉପରେ ଶୋଇଥିଲେ। ମହିଳାଙ୍କର ନିଦ ଭାଙ୍ଗିଯିବାରୁ ସେ ଚିତ୍କାର କରିବାରୁ ସୁରକ୍ଷାକର୍ମୀ ଜଣକ ସେଠାରୁ ଦୌଡ଼ି ପଳାଇଥିଲା। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ ସଂପୃକ୍ତ ମହିଳା ଅଭିଯୋଗ କରିବା ପ‌ରେ ହସ୍ପିଟାଲ କର୍ତ୍ତୃପକ୍ଷ ମାମଲାର ତଦନ୍ତ କରିବା ସହ ଆଜି କ୍ୟାପିଟାଲ ଥାନାରେ ଅଭି‌ଯୋଗ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!