ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ପୁରୀକୁ ଗୁରୁତ୍ୱ ଦେଇଛି ପ୍ରଶାସନ । ୨୩ ତାରିଖ ବେଳକୁ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହା ପୂର୍ବରୁ ଶ୍ରୀମନ୍ଦିର ଦର୍ଶନ କରିବାକୁ ଆସି ଏଠାରେ ରହୁଥିବା ବହିରାଗତ ଭକ୍ତ ଓ ପର୍ଯ୍ୟଟକମାନେ ପୁରୀ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏଥିସହ ବାତ୍ୟା ପାଇଁ ୨୪ ଓ ୨୫ ତାରିଖରେ କୌଣସି ଭକ୍ତ ପୁରୀକୁ ନ ଆସିବାକୁ ସେ ନିବେଦନ କରିଛନ୍ତି । ସ୍ଥିତି ଠିକ୍ ହେଲା ପର୍ଯ୍ୟନ୍ତ ସରକାରଙ୍କୁ ସହଯୋଗର ହାତ ବଢାନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।