ରାଜ୍ୟଶୀର୍ଷ ଖବରସଂସ୍କୃତି
Trending

ଗଜଲକ୍ଷ୍ମୀ  ପୂଜା ବୁଲିବେ ମୁଖ୍ୟମନ୍ତ୍ରୀ

ଆଜି ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ସୋମବାର ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ। ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ  ପୂଜା ବୁଲିବା ସହ ମହାବୀର ବଜାର ପୂଜା  ପ୍ରତିଷ୍ଠାନର ପ୍ଲାଟିନମ୍‌ ଜୁବୁଲି ସମାରୋହରେ  ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୁଲିସ, ପ୍ରଶାସନସ୍ତରରେ ପ୍ରସ୍ତୁତି ଜୋରଦାର  କରାଯାଇଛି । ମୁଖ୍ୟମନ୍ତ୍ରୀ ହେବା ପରେ ଏହା  ତାଙ୍କର ପ୍ରଥମ ଢେଙ୍କାନାଳ ଗସ୍ତ ହୋଇଥିବାରୁ  ବିଜେପି ଶିବିର ଉତ୍ସାହିତ ହୋଇଉଠିଛି ।

ଚୂଡ଼ାନ୍ତ ଗସ୍ତସୂଚୀ ଆସି ନ ଥିବା ବେଳେ  ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,  ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୋମବାର ଅପରାହ୍ଣ ୫ଟାରେ ହେଲିକେପ୍ଟରରେ ଆସି ଢେଙ୍କାନାଳ  ମୁଖ୍ୟ ଷ୍ଟାଡିୟମ୍‌ରେ ଅବତରଣ କରିବେ ।  ସେଠାରୁ ସିଧାସଳଖ ସର୍କିଟ୍‌ ହାଉସ୍‌କୁ ଯିବେ । ସେଠାରୁ ବାହାରି ସର୍କିଟ୍‌ ହାଉସ୍‌ ନିକଟରେ  ଥିବା ବସଷ୍ଟାଣ୍ଡ ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ  କରିବେ । ପରେ ଗଣେଶ ବଜାର, ମହାବୀର  ବଜାର, ଜବାହରଚୌକ, ଲକ୍ଷ୍ମୀବଜାର,  ମୀନାବଜାର, ଆନନ୍ଦ ବାଜାର, ବାଜିଚୌକ୍‌  ହୋଇ ଚନ୍ଦନ ବଜାର ପୂଜା ପ୍ରତିଷ୍ଠାନ ପର୍ଯ୍ୟନ୍ତ  ପ୍ରାୟ ୧୦ରୁ ଅଧିକ ମଣ୍ଡପ ବୁଲିବେ । ଚାଲିଚାଲି  ବୁଲିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି ।

ଚନ୍ଦନ ବଜାରରୁ ଜଗନ୍ନାଥ ରୋଡ୍‌ରେ ଆସି  ମହାବୀର ବଜାର ପୂଜା ପ୍ରତିଷ୍ଠାନର ପ୍ଲାଟିନମ୍‌  ଜୁବୁଲି ସମାରୋହରେ ଯୋଗଦେବେ । ପରେ  ସ୍ଥଳ ପଥରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି । ପୁଲିସ ପକ୍ଷରୁ  ଲକ୍ଷ୍ମୀପୂଜାରେ ୨୩ ପ୍ଲାଟୁନ୍‌ ଫୋର୍ସ ମୁତୟନ  କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦେଖି ଅଧିକ ୧୫ ପ୍ଲାଟୁନ୍‌ ଫୋର୍ସ ବଢ଼ାଯାଇଛି ।  ଏଏସ୍‌ଆଇ, ଏଏସଆଇଙ୍କ ସମେତ ଅତିରିକ୍ତ  ୫୦ ଜଣ ଅଫିସର ଦାୟିତ୍ୱରେ ରହିବେ। ବିଜେପି  ପକ୍ଷରୁ ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ  କରି ପୋଷ୍ଟର, ହୋର୍ଡିଂ ଲଗାଯାଇଛି । କର୍ମକର୍ତ୍ତା  ଗସ୍ତକୁ ସଫଳ କରିବାକୁ ପ୍ରସ୍ତୁତିରେ ଲାଗିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!