୬ ଦଫା ଦାବି ନେଇ ଭୋଗରାଇରେ ଲକ୍ଷ୍ମୀ ବସ ଡ୍ରାଇଭରଙ୍କ ଆନ୍ଦୋଳନ । ଲକ୍ଷ୍ମୀବସ ଚଳାଚଳ ଠପ । ଯାତ୍ରୀ ହନ୍ତସନ୍ତ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ମୁତାବକ, ଭୋଗରାଇ ବ୍ଲକରେ ୬ ଟି ଲକ୍ଷ୍ମୀ ବସ ପୂର୍ବ ସରକାର ଚାଲୁକରିଥିଲେ । ଏହି ବସ୍ ଚାଲୁ ରହିବା ଦ୍ୱାରା ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଏଥିରେ ସ୍ୱଳ୍ପ ଭଡ଼ାରେ ଉପକୃତ ହେଉଥିଲେ । ମାତ୍ର ଗାଡି ଚଳାଉଥିବା ଡ୍ରାଇଭର ମାନେ ୬ ଦଫା ଦାବି ନେଇ ଓଏସଆରଟିସି ବିଭାଗକୁ ଜଣାଇଥିଲେ । ଏହା ସତ୍ତ୍ୱେ ସେମାନଙ୍କ ଦାବି ଶୁଣିନଥିଲେ ବିଭାଗ । ଓଲଟା ଡ୍ରାଇଭର ମାନଙ୍କୁ ଚାକିରିରୁ ବହିଷ୍କାର ନେଇ ଧମକ ଦେଇଥିଲେ ବିଭାଗ । ଏ ସମସ୍ତ ଘଟଣାକୁ ନେଇ ସୋମବାର ଭୋଗରାଇରେ ଲକ୍ଷ୍ମୀ ବସ ଡ୍ରାଇଭର ମାନେ ଆନ୍ଦୋଳନ କରୁଛନ୍ତି । ପେମେଣ୍ଟ ସ୍ଲିପର କାଗଜପତ୍ର, କାର୍ଯ୍ୟର ସମୟ ସୀମା ୮ ଘଣ୍ଟା, ଗାଡ଼ିର ରକ୍ଷଣା ବେକ୍ଷଣା କାର୍ଯ୍ୟରୁ ଚାଳକ ମାନଙ୍କୁ ନିବୃତ କରିବା, ଗାଡ଼ିର କୌଣସି କ୍ଷତିର ଚାଳକ ଦାୟ ନରହିବା, ପ୍ରତ୍ୟେକ ମାସ ୫ ତାରିଖ ଭିତରେ ଦରମା, ଠିକ ସମୟରେ ଦରମା ବୃଦ୍ଧି କରିବା ଆଦି ଦାବିକୁ ନେଇ ଡ୍ରାଇଭର ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଭୋଗରାଇ ବସଷ୍ଟାଣ୍ଡ ରେ ଏଭଳି ଘଟଣା ବେଳେ ଡ୍ରାଇଭରଙ୍କ ଦାବି ବସର ସୁରକ୍ଷା ନେଇ ଯାତ୍ରୀ ମାନେ ମଧ୍ୟ ଦାବି କରି ଅତିଶୀଘ୍ର ଏହାର ସମାଧାନ କରି ଗାଡ଼ି ଚଳାଚଳ ଆରମ୍ଭ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।
Related Articles
Check Also
Close
-
ତିରୁପତି ଲଡୁ ବିବାଦ ଭକ୍ତଙ୍କ ଆସ୍ଥା କାଏମSeptember 25, 2024