ସୋମବାରେ କଟକରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ କଟକରେ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି ।ମେଢ଼ ଯାଉଥିବା ମୁଖ୍ୟ ରାସ୍ତା ୱାନ୍ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ୧୪ ତାରିଖ ସକାଳ ୭ଟାରୁ ୧୫ ତାରିଖ ଦୁର୍ଗାପୂଜା ଭସାଣୀ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି।
ମେଢଗୁଡିକ ମୁଖ୍ୟ ରାସ୍ତାରେ ଯିବା ପାଇଁ କଲେଜ ଛକ ଠାରୁ ବକ୍ସିବଜାର ଓ ତିନିକୋଣିଆା ବଗିଚା ଦେଇ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ, ଚୌଧୁରୀବଜାର ଛକରୁ ପୂର୍ଣ୍ଣ ସାହୁ ଛକ, ଯାଉଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀ ଗଡା ପର୍ଯ୍ୟନ୍ତ ଏବଂ କଟକ ଚଣ୍ଡି ଛକରୁ ଶେଖବଜାର ଓ ମହମ୍ମଦିଆା ବଜାର ରାସ୍ତାରେ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ କୌଣସି ଯାନବାହାନ ଯାଇ ପାରିବେ ନାହିଁ। କିନ୍ତୁ ମୁଖ୍ୟ ରାସ୍ତାର ଛକ ମାନଙ୍କରେ ମେଢ ଯାଉ ନ ଥିବା ସମୟରେ ଗୋଟିଏ ପଟରୁ ଅନ୍ୟ ପଟକୁ ଟ୍ରାଫିକ ନିର୍ଦେଶ ଅନୁଯାୟୀ ଯାନବାହନ ଯାଇପାରିବେ। ଏହା ବ୍ୟତୀତ କଟକ ସହରର ଅନ୍ୟ ରାସ୍ତାରେ ମଧ୍ୟ ଟ୍ରାଫିକ କଟକଣା ଜାରି କରାଯାଇଛି।