ଓଡିଶାଦକ୍ଷିଣ ଓଡିଶାରାଜ୍ୟଶୀର୍ଷ ଖବର
Trending

ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ

୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ

ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ଜିଲ୍ଲାଭିତ୍ତିକ ନିଯୁକ୍ତି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ କରାଯାଇଛି । କ୍ରିୟାନୁଷ୍ଠାନ କମିଟିର ସଭାପତି ଅର୍ଜୁନଭତ୍ରା, କଂଗ୍ରେସ ବରିଷ୍ଠ ନେତା ମୁନ୍ନା ତ୍ରିପାଠୀ, ଵୃନ୍ଦାତ୍ରିପାଠୀ , ସିରାଜୁଦି ଅହମ୍ମଦ ପ୍ରମୁଖ ନେତୃତ୍ଵ ନବରଙ୍ଗପୁର ସହର ଚାଉରିଆଗୁଡା ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ରାସ୍ତା ଅବରୋଧ କରାଯାଇଛି । ଏହି କାରଣରୁ ଯାନବାହାନ ଚଳାଚଳ ଠପ୍‌ ହୋଇଛି ।

ସୂଚନା ମୁତାବକ, ନବରଙ୍ଗପୁର ଜିଲ୍ଲାରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ୮୬୦ ଜଣ କେବଳ ନବରଙ୍ଗପୁର ଜିଲ୍ଲାର ପ୍ରାର୍ଥୀଙ୍କୁ ନିଯୁକ୍ତି ଦାବିରେ ବିଭିନ୍ନ ସାମାଜିକ ସଂଗଠନ, କଂଗ୍ରେସ ଓ ବିଜେଡି, ବାମପନ୍ଥୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ‘ନବରଙ୍ଗପୁର ଆମର ଜିଲ୍ଲା,ଚାକିରି ପାଇବେ ଆମର ପିଲା’ ଏଭଳି ନାରା ଲଗାଇ ଏହି ୧୨ ଘଣ୍ଟିଆ ବନ୍ଦ କରାଯାଇଛି । କ୍ରିୟାନୁଷ୍ଠାନ କମିଟିର ସଭାପତି ଅର୍ଜୁନଭତ୍ରା, କଂଗ୍ରେସ ବରିଷ୍ଠ ନେତା ମୁନ୍ନା ତ୍ରିପାଠୀ, ଵୃନ୍ଦାତ୍ରିପାଠୀ, ସିରାଜୁଦି ଅହମ୍ମଦ ପ୍ରମୁଖ ନେତୃତ୍ଵ ନଵରଙ୍ଗପୁର ସହର ଚାଉରିଆଗୁଡା ନିକଟ୨୬ ନମ୍ବର ଜାତୀୟ ରାଜପଥରେ ରାସ୍ତା ଅବରୋଧ କରାଯାଇଛି । ରାସ୍ତାରୋକ ଯୋଗୁଁ ଦୂରଗାମୀ ବସ, ଟ୍ରକ୍, ମାଲ ପରିବହନ ଗାଡି ଗୁଡିକ ସହରର ଉଭୟ ପାର୍ଶ୍ଵରେ ଅଟକି ରହିଛି । ଅନ୍ୟପକ୍ଷରେ ଦୂରଗାମୀ ବସର ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!