ଶିଶୁଙ୍କୁ ଅଶ୍ଳୀଳ ଭିଡିଓ ଦେଖେଇବା କିମ୍ବା ଫୋନ୍ରେ ରଖିବା ଅପରାଧ ! ସୁପ୍ରିମ କୋର୍ଟ I
ମୋବାଇଲ୍ କିମ୍ବା କମ୍ପ୍ୟୁଟରରେ ଶିଶୁଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଅଶ୍ଳୀଳ ଭିଡିଓ ଡାଇନ୍ ଲୋଡ୍ କରି ରଖିବା କିମ୍ବା ଦେଖିବା ଏକ ଧର୍ତ୍ତବ୍ୟ ଅପରାଧ । ଏମିତି ହେଲେ ଅଭିଯୁକ୍ତଙ୍କ ପ୍ରତି ୨୦୧୨ର ପକ୍ସୋ ଆଇନ ଅନୁସାରେ ଦଣ୍ଡବିଧାନ ହେବ । ମାଡ୍ରାସ୍ ହାଇକୋର୍ଟଙ୍କ ରାୟକୁ ଖାରଜ କରି ଦେଇ ଏହା କହିଛନ୍ତି ସୁପ୍ରିମକୋର୍ଟ । ଜଣେ ୨୮ ବର୍ଷୀୟ ଯୁବକଙ୍କ ମୋବାଇଲ୍ ଫୋନରୁ ଶିଶୁଙ୍କୁ ନେଇ ଅଶ୍ଳୀଳ ଭିଡିଓ ମିଳିବା ପରେ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲାତେବେ ମାମଲାର ଶୁଣାଣି କରି ମାଡ୍ରାସ୍ ହାଇକୋର୍ଟ ତାହା ଖାରଜ କରି ଦେଇଥିଲେ । ଯୁବକଙ୍କ ବିରୋଧରେ ଲାଗୁ ହୋଇଥିବା ଅପରାଧିକ ଦଫା ହଟାଇ ଦେଇଥିଲେ । ସଂପୃକ୍ତ ଯୁବକଙ୍କୁ ଶିକ୍ଷା ଦରକାର ଦଣ୍ଡ ନୁହେଁ ବୋଲି କହିଥିଲେ ମାଡ୍ରାସ୍ ହାଇକୋର୍ଟ । ସୁପ୍ରିମକୋର୍ଟ କିନ୍ତୁ ହାଇକୋର୍ଟଙ୍କ ରାୟକୁ ସମ୍ପୂର୍ଣ୍ଣ ଖାରଜ କରି ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟସ୍ ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ଜେବି ପାର୍ଦ୍ଦିୱାଲାଙ୍କ ଖଣ୍ଡପୀଠ, ହାଇକୋର୍ଟଙ୍କ ରାୟକୁ ଗୁରୁତର ତ୍ରୁଟି କହି ଖାରଜ କରି ଦେଇଛନ୍ତି ।