ଆଜି ପୁରୀ ଗ୍ରସ୍ତ କରିବେ ମୁଖ୍ୟମନ୍ତ୍ରୀ
୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
ଆଜି ପୁରୀ ଗ୍ରସ୍ତ କରିବେ ମୁଖ୍ୟମନ୍ତ୍ରୀ , ବିଜେପି ସରକାରଙ୍କ ୧୦୦ ଦିନର ସଫଳତା ନେଇ ଆଜି ଶରଧାବାଲିରେ ହେବାକୁ ଯାଉଛି ବିଶାଳ ସମାବେଶ ଓ ପ୍ରଦର୍ଶନୀ । ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ସମାବେଶକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମରେ ବିଜେପିର ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରାୟ ସମସ୍ତ ବିଧାୟକ, ସାଂସଦ, ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରତି ନିର୍ବାଚନମଣ୍ଡଳୀରୁ ୨ ହଜାର ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଛନ୍ତି । ପ୍ରାୟ ୩୦ ହଜାର ଦଳୀୟ ନେତା ଓ କର୍ମୀ ଏଥିରେ ସାମିଲ ହେବେ । ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ପ୍ରାୟ ୧୨ ଶହରୁ ଅଧିକ ପୁଲିସ ଫୋର୍ସଙ୍କ ସମେତ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯିବାକୁ ପ୍ରସ୍ତୁତି ହୋଇଛି ।
ଆଜି ଦିନ ପ୍ରାୟ ୧୧ଟାରେ ସଭା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ଦିନ ପ୍ରାୟ ୧୨ଟା ବେଳେ ଏଥିରେ ଯୋଗଦେବେ । ପରେ ଦିନ ପ୍ରାୟ ୧ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଏଠାରୁ ସେ ନୀଳାଚଳ ଅର୍ବାନ ହାଟକୁ ଯାଇ ଏକ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି।