ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ସ୍ତ୍ରୀ ୨’ । ଯାହା ପ୍ରେକ୍ଷାଳୟରେ ରିଲିଜ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି ହେଲେ ଏହାର ପ୍ରଭାବ ବଜାୟ ରଖିଛି । ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ନୂତନ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ସହ କଡା ପ୍ରତିଯୋଗିତା ସତ୍ତ୍ୱେ କ୍ରେଜ ଜାରି ରଖିଛି । ଫିଲ୍ମ ଦର୍ଶକଙ୍କ ମନ ଜିତିବା ସହ ବମ୍ପର କଲେକ୍ସନ କରିଛି । ଏହି ଫିଲ୍ମ ଏବେ ଜବାନ, ପଠାନ, ଗଦର ୨, ଆନିମଲ, କେଜିଏଫ ୨ ଏବଂ ବାହୁବଳି ୨ ଭଳି ଫିଲ୍ମକୁ ପଛରେ ପକାଇ ଇତିହାସ ରଚିଛି । ୫୦ କୋଟି ବଜେଟରେ ନିର୍ମିତ ‘ସ୍ତ୍ରୀ ୨’ ସବୁଠାରୁ ଅଧିକ ଆୟ କରିଥିବା ପ୍ରଥମ ହିନ୍ଦୀ ଫିଲ୍ମ ହୋଇ ସଫଳତା ହାସଲ କରିଛି ।
ତେବେ ରିଲିଜ୍ ହେବାର ପ୍ରଥମ ଦିନରୁ ‘ସ୍ତ୍ରୀ ୨’ ବକ୍ସ ଅଫିସରେ ଏକ ମାସ ପରେ ମଧ୍ୟ ପ୍ରେକ୍ଷାଳୟରେ ଦର୍ଶକଙ୍କୁ ଆକର୍ଷିତ କରିବାରେ ଏହି ଚଳଚ୍ଚିତ୍ର ସଫଳ ହୋଇଛି । ଏହା ସହିତ ପ୍ରତିଦିନ ଏହି ଚଳଚ୍ଚିତ୍ରର ସଂଗ୍ରହ ମଧ୍ୟ କୋଟି କୋଟି ବୃଦ୍ଧି ପାଉଛି । ୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ବହୁ ପୂର୍ବରୁ ଏହାର ବଜେଟ ମୂଲ୍ୟରୁ ମଧ୍ୟ ଅଧିକ ଆୟ କରିଛି । ସାକନିକଙ୍କ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ‘ସ୍ତ୍ରୀ ୨’ ରିଲିଜ୍ ହେବାର ପ୍ରଥମ ସପ୍ତାହରେ ଏହା ୨୯୧.୬୫ କୋଟି, ଦ୍ୱିତୀୟ ସପ୍ତାହରେ ୧୪୧.୪କୋଟି, ତୃତୀୟ ସପ୍ତାହରେ ୭୦.୨ କୋଟି ଏବଂ ଚତୁର୍ଥ ସପ୍ତାହରେ 3୬.୧ କୋଟି ଟଙ୍କା ଆୟ କରିଛି ଏବଂ ପଞ୍ଚମ ଶୁକ୍ରବାରରେ ୩.୩୫ କୋଟି, ପଞ୍ଚମ ଶନିବାର(31ଦିନ)ରେ ୫.୪କୋଟି, ପଞ୍ଚମ ରବିବାର (32ଦିନ)ରେ ୬.୭୫ କୋଟି ରୋଜଗାର କରିଛି। ସେହିପରି 5ମ ସୋମବାର(33ଦିନ)ରେ ୩ କୋଟି ଏବଂ ୩୪ ତମ ଦିନରେ ଅର୍ଥାତ୍ ପଞ୍ଚମ ମଙ୍ଗଳବାର ଦିନ ୨.୫୦କୋଟି ଟଙ୍କା ସଂଗ୍ରହ କରିଛି । ତେବେ ଫିଲ୍ମର ମୋଟ କଲେକ୍ସନ 583.30 କୋଟିରେ ପହଞ୍ଚିଛି। ଏହା ସହିତ ଘରୋଇ ବକ୍ସ ଅଫିସରେ ଭାରତୀୟ ସିନେମାର ସର୍ବାଧିକ ଆୟ କରିଥିବା ସ୍ତ୍ରୀ ୨ ହୋଇପାରିଛି ।