ମହାକାଶରେ ପ୍ରେସ କନଫରେନ୍ସ । ଇଣ୍ଟରନେସନାଲ୍ ସ୍ପେସ୍ ଷ୍ଟେସନ୍ ରୁ ମିଡିଆର ପ୍ରଶ୍ନର ଉତ୍ତର ଦେଇଛନ୍ତି ମହାକାଶଚାରୀ ସୁନିତା ଉଇଲିଅମସ୍ ଏବଂ ବୁଚ୍ ଉଇଲ୍ମର୍ ।ସ୍ପେସ୍ ରେ ସେମାନେ ତାଙ୍କୁ ଦିଆଯାଇଥିବା କାମ କରୁଛନ୍ତି । ପୃଥିବୀ କୁ ଫେରିବା ଡେରି ହେବାକୁ ନେଇ ସ୍ପଷ୍ଟ ଉତ୍ତର ରଖିଛନ୍ତି ସୁନିତା…ନାସା ତାଙ୍କୁ ଏବଂ ତାଙ୍କ ସହଜୋଗୀ ମହାକାଶଚାରୀଙ୍କୁ ୮ ଦିନ ପାଇଁ ମହାକାଶକୁ ପଠାଇଥିଲେ । କିନ୍ତୁ ଏହା ବର୍ତ୍ତମାନ ୮ ମାସ ହେବାକୁ ଯାଉଛି । କିନ୍ତୁ ସେପରି ସ୍ଥିତି ବେଳେ ବେଳେ ସୃଷ୍ଟି ହୋଇଥାଏ । ସେ ମହାକାଶରେ ତାଙ୍କର କାମ କରୁଛନ୍ତି କିନ୍ତୁ ସେ ସେଠାରେ ଖୁସି ଅଛନ୍ତି ବୋଲି କହିଛନ୍ତି ସୁନିତା ଉଇଲିଅମସ୍ । ଏହା ସହିତ ଆଗକୁ ଆମେରିକାର ନିର୍ବାଚନ ଆସୁଥିବାରୁ ସେମାନେ ସ୍ପେସ୍ ରୁ ହିଁ ଅନଲାଇନ ବାଲଟ୍ରେ ଭୋଟ ଦେବେ ବୋଲି କହିଛନ୍ତି ଦୁଇ ମହାକାଶଚାରୀ । ବୋଇଙ୍ଗ ନିର୍ମିତ୍ ସ୍ପେସକ୍ରାପ୍ଟ ଷ୍ଟାରଲାଇନର ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଖୁସି ପ୍ରକଟ କରିଛନ୍ତି ସୁନୀତା । ବିନା କୌଣସି ସମସ୍ୟାରେ ଷ୍ଟାରଲାଇନର ପୃଥିବୀରେ ଲ୍ୟାଣ୍ଡ୍ କରିଥିବାରୁ ସେ ଖୁସି ବୋଲି କହିଛନ୍ତି ସୁନୀତା । ଏଥିପାଇଁ ନାସା ଟିମ୍ ଧନ୍ୟବାଦର ପାତ୍ର ବୋଲି ସୁନୀତା କହିଛନ୍ତି । ସେ ଏହି ମିଶନରୁ ଅନେକ କିଛି ଶିଖିଛନ୍ତି ବୋଲି ବୁଚ୍ ୱିଲମୋର କହିଛନ୍ତି। ଏହି ଅନୁଭୂତି ଭବିଷ୍ୟତରେ ତାଙ୍କର କାମରେ ଆସିବ ।
ଷ୍ଟାରଲାଇନର କ୍ୟାପସୁଲ ଯୋଗେ ହିଁ ସୁନୀତା ଓ ୱିଲମୋର ଆଇଏସଏସକୁ ଜୁନ୍ରେ ଆସିଥିଲେ । ମିଶନର ଅବଧି ୮ ଦିନ ଥିଲେ ମଧ୍ୟ ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫେରିପାରିନଥିଲେ ସୁନୀତା ଓ ବୁଚ୍ । ଫେବ୍ରୁଆରୀ ମାସରେ ଆଉ ଏକ ମହାକାଶ ଯାନରେ ପୃଥିବୀ ଫେରିବେ ଦୁଇ ମହାକାଶଚାରୀ ।