ଓଡିଶାଟ୍ୱିନ ସିଟିରାଜ୍ୟଶୀର୍ଷ ଖବର

ଜନ୍ମଦିବସରେ ଓଡ଼ିଶାର ମହିଳାଙ୍କୁ  ସୁଭଦ୍ରା ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ

ଓଡ଼ିଶାରେ ପ୍ରଥମ ଥର ଜନ୍ମଦିନ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ

ଘରେ ଘରେ ସୁଭଦ୍ରା ମହିଳାଙ୍କୁ କରିବ ଆତ୍ମନିର୍ଭର ଓ ସଶକ୍ତ,ସ୍ବାବଲମ୍ବୀ ହେବେ ନାରୀଶକ୍ତି,ଉପକୃତ ହେବେ ୧କୋଟିରୁ ଉର୍ଦ୍ଧ୍ବ ମହିଳା। କଥା ଦେଇ କଥା ରଖିଛନ୍ତି ମୋଦୀ ସରକାର।  ସମୃଦ୍ଧି ପଥରେ ଆଗଉଛି ଓଡ଼ିଶା । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖ ଆଜିର ଦିନରେ ଗୁଜରାଟରେ ଜନ୍ମ ଗ୍ରହଣ କରିଥିଲେ ମୋଦୀ। ୭୪ତମ ଜନ୍ମଦିନରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଜନ୍ମଦିନରେ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ପବିତ୍ର ମାଟିକୁ ସ୍ୱାଗତ କରିଛନ୍ତି। ଆପଣଙ୍କ ନେତୃତ୍ୱରେ ଜାତି ଏକ ବିକଶିତ ଭାରତ ଆଡ଼କୁ ଗତି କରୁଛି ତାଙ୍କ ନେତୃତ୍ୱରେ ଭାରତର ଉନ୍ନତି ଓ ସମୃଦ୍ଧିର ଦିଗରେ ଓଡ଼ିଶା ମଧ୍ୟ ନୂଆ ଅଧ୍ୟାୟ ଲେଖୁଛି ବୋଲି ଏକ୍ସରେ ଲେଖିଛନ୍ତିମୁଖ୍ୟମନ୍ତ୍ରୀ।

ଜନ୍ମଦିବସରେ ଓଡ଼ିଶାର ମହିଳାଙ୍କୁ  ସୁଭଦ୍ରା ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ କିସ୍ତିରେ ବର୍ଷକୁ ୧୦ ହଜାର,୫ ବର୍ଷରେ ମହିଳାଙ୍କୁ ମିଳିବ ୫୦ ହଜାର ସହାୟତା ରାଶି ।  ଓଡ଼ିଶାରେ ପ୍ରଥମ ଥର ଜନ୍ମଦିନ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ,ନିର୍ବାଚନ ସମୟରେ ଦେଇଥିବା କଥା ରଖିଛନ୍ତି ମୋଦି ସରକାର। ଫଳରେ ଜନତାଙ୍କ ଭରଷା ମୋଦି ସରକାରଙ୍କ ପ୍ରତି ଅତୁଟ ରହିଛି। ମୋଦୀ ସୁଇଚ୍ ଟିପି ୧୦ ଲକ୍ଷ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ହଜାର ଲେଖାଏଁ ଟଙ୍କା ପଠାଇଛନ୍ତି। ହିତାଧିକାରୀଙ୍କ ବ୍ୟାକ୍ତ ଆକାଉଣ୍ଟକୁ ସିଧାସଳଖ ଟଙ୍କାଯାଇଛି। ଗାଁଠୁ ସହର ସୁବୁଠି ବୁଲୁଛି ସୁଭଦ୍ରା ରଥ। ପ୍ରଥମେ ରାଜ୍ୟ ସରକାର ମହିଳାଙ୍କ ଆକାଉଣ୍ଟ ଠିକ୍ ଅଛି କି ନାହିଁ ଜାଣିବା ଲାଗି ପରିକ୍ଷାମୂଳକ ଭାବେ ୧ ଟଙ୍କା ଲେଖାଏଁ ପଠାଇଥିଲେ,ଆକାଉଣ୍ଟକୁ ଟଙ୍କା ଆସିବା ପରେ ମହିଶାମନେ ବେଶ ଖୁସି ବ୍ୟକ୍ତ କରିଥିଲେ। ୧୪ ରାଜ୍ୟର ୧୦ ଲକ୍ଷ ପିଏମ୍ ଆବାସ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି। ମୋଦୀ ଓଡ଼ିଶାରେ ୩ହଜାର ୮ଶହ କୋଟିର ରେଳ ଓ ଜାତୀୟ ରାଜପଥ ପ୍ରକଳ୍ପର କରିବେ ଶିଳାନ୍ୟାସ ।

ଜନ୍ମ ଦିନରେ ଅନେକ ରେକର୍ଡର ସମକକ୍ଷ ହୋଇଛନ୍ତି ମୋଦି। ଲଗାତାର ତୃତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ହୋଇ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ରେକର୍ଡ ସହ ହୋଇଛନ୍ତି ସମକକ୍ଷ । ୨୦୧୪ ମେ ୨୬ ତାରିଖରେ ଭାରତର ୧୪ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋଦି। ଉତ୍ତରପ୍ରଦେଶର ବାରାଣସୀ ସଂସଦୀୟ କ୍ଷେତ୍ରରୁ ଲଗାତାର ତିନିଥର ନିର୍ବାଚିତ ହୋଇ ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ତାଙ୍କ ନେତୃତ୍ବ କାଳରେ ଭାରତ ଆର୍ଥିକ ପ୍ରଗତିରେ ନୂଆ ସ୍ଥାନ ସୃଷ୍ଟି କରିପାରିଛି । ଜଣେ ଚା ବିକାଳିରୁ ଭାରତ ଭଳି ଗଣତନ୍ତ୍ର ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି ମୋଦି ଏବଂ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ। କେବଳ ସେତିକି ନୁହେଁ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ କାର୍ଯ୍ୟ କରି ମୋଦି କରିଛନ୍ତି ରେକର୍ଡ । ୨୦୧୪ ରୁ ୨୦୨୪ କେବଳ ଭାରତରେ ନୁହେଁ ବିଶ୍ବ ମଧ୍ୟ ମୋଦିଙ୍କ ଲୋକପ୍ରିୟତା ବଢିଚାଲିଛି,ତାଙ୍କ ନେତୃତ୍ବ ବିଶ୍ବ ନିକଟରେ ଭାରତକୁ କରିପାରିଛି ସଶକ୍ତ। ୨୦୦୧ରୁ ୨୦୧୪ ଯାଏ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ ସେ କାର୍ଯ୍ୟ କରିଥିଲେ ମୋଦି, ଗୁଜୁରାଟ ବିକାଶର ମଡେଲ ଦେଖିଥିଲା ଭାରତ ବର୍ଷ। ସୁଭଦ୍ରା ମଧ୍ୟମରେ ସଶକ୍ତ ହେଉଛନ୍ତି ମହିଳା ଆଗଉଛି ଓଡ଼ିଶା ଆଗରେ ଭାରତ,ମୋଦି ସରକାରଙ୍କ ଲୋକଭିମୁଖୀ ଯୋଜନା ଲାଗି ରାଜ୍ୟସାରା ମହିଳା ସରକାରଙ୍କୁ ଜଣାଇଛନ୍ତି ଧନ୍ୟବାଦ। ଦେଶର ବିକାଶରେ ସାରଥି ସାଜିଛନ୍ତି ମୋଦି ସରକାର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!