୪୦ରୁ ଊଦ୍ଧ୍ୱର୍ ପରୀକ୍ଷଣ, ସ୍ପେସ୍ୱାକ ପରେ ସଫଳତାର ସହ ରବିବାର ପୃଥିବୀକୁ ଫେରିଛନ୍ତି ସ୍ପେସ୍ଏକ୍ସର ପୋଲାରିସ୍ ଡନ୍ କ୍ରୁ’ର ୪ ମହାକାଶଚାରୀ । ଅପରାହ୍ନ ପ୍ରାୟ ୧ଟା ୬ରେ ସ୍ପେସ୍କ୍ରାଫ୍ଟଟି ଫ୍ଲୋରିଡାର ଡ୍ରାଇ ଟୋର୍ଟୁଗାସ୍ କୋଷ୍ଟରେ ଅବତରଣ କରିଥିଲା । ଏଲନ୍ ମସ୍କଙ୍କ କମ୍ପାନୀର ଫାଲ୍କନ-୯ ରକେଟରୁ ପୋଲାରିସ୍ ଡନ୍ ମିଶନକୁ ଗତ ୧୦ ତାରିଖରେ ଲଞ୍ଚ୍ କରାଯାଇଥିଲା । ଏଥିରେ ୪ ମହାକାଶଚାରୀ ୫ ଦିନିଆ ସ୍ପେସ୍ ମିଶନରେ ଯାଇଥିଲେ । ସେମାନେ ଯାଇଥିବା ଅର୍ବିଟ (୧,୪୦୮.୧ କିମି)କୁ ୫୦ ବର୍ଷରୁ ଊଦ୍ଧ୍ୱର୍ ସମୟ ହେଲା କୌଣସି ମହାକାଶଚାରୀ ଯାଇ ନ ଥିଲେ । ଏହି ମିଶନର ଉଦ୍ଦେଶ୍ୟ ଥିଲା ପ୍ରଥମ ପ୍ରାଇଭେଟ ଏକ୍ସଟ୍ରା ଭେହିକୁଲାର ଆକ୍ଟିଭିଟି ବା ସ୍ପେସ୍ୱାକ୍ । ଏଥିସହ ମଣିଷର ସ୍ୱାସ୍ଥ୍ୟ ସହ ଜଡ଼ିତ ପ୍ରାୟ ୪୦ ପରୀକ୍ଷଣ ଏବଂ ଅନୁସନ୍ଧାନ ବି ଏହି ମିଶନରେ କରାଯାଇଛି । ଗତ ୧୨ ତାରିଖରେ ୨ ମହାକାଶଚାରୀ ପୃଥିବୀରୁ ପ୍ରାୟ ୭୦୦ କିମି ଉପରେ ସ୍ୱେସ୍ୱାକ୍ କରିଥିଲେ । ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ବେଳେ ସ୍ପେସ୍କ୍ରାଫ୍ଟର ଗତି ଘଣ୍ଟା ପ୍ରତି ୨୭ ହଜାର କିମି ରହିଥିଲା । ବାୟୁ ସହ ଘର୍ଷଣ ହେବା ଯୋଗୁ ଏହାର ତାପମାତ୍ରା ୧୯୦୦ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ପହଞ୍ଚିଥିଲା । ୪ ମିଟର ଚଉଡ଼ା ସ୍ପେସ୍କ୍ରାଫ୍ଟର ତଳେ ଲାଗିଥିବା ହିଟ୍ଶିଲ୍ଡ ମହାକାଶଚାରୀଙ୍କୁ ତାପମାତ୍ରାରୁ ସୁରକ୍ଷିତ ରଖିଥିଲା । ସ୍ପେସ୍କ୍ରାଫ୍ଟ ତଳକୁ ଆସିବା କ୍ଷଣି ଏହା ଗତିକୁ କମା ଯାଇଥିଲା । ଏହି ସମୟରେ ପାରାଶୁଟ୍ ଖୋଲାଯାଇଥିଲା ଏବଂ ପାଣିରେ ତାହା ଲ୍ୟାଣ୍ଡିଂ କରିଥିଲା । ସେଠାରେ ପୂର୍ବରୁ ଥିବା ସ୍ପେଶାଲ ବୋଟ୍ ଏବଂ ଉଦ୍ଧାରକାରୀ ଦଳ ମହାକାଶଚାରୀଙ୍କୁ ଉଦ୍ଧାର କରିଥିଲେ ।
Related Articles
Check Also
Close
-
ଭଦ୍ରକ ରେ କାଳୀପୂଜା ଆରମ୍ଭ I ଚାରିଆଡେ ରଙ୍ଗୀନ ଆଲୋକ IOctober 31, 2024