‘ସୁଭଦ୍ରା’ ପାଇଁ ସାରା ରାଜ୍ୟରେ ନାହିଁ ନଥିବା ଉତ୍ସାହ । ଶୁକ୍ରବାର ସୁଦ୍ଧା ୫୦ ଲକ୍ଷ ମହିଳା ଏ ଯୋଜନାରେ ଆବେଦନ କରିଛନ୍ତି । ମଙ୍ଗଳବାର ପ୍ରଥମ କିସ୍ତି ପ୍ରଦାନ କରାଯିବା ଏଥିପାଇଁ ପରୀକ୍ଷା ମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ସରକାର ପକ୍ଷରୁ ଡିବିଟି ହୋଇଛି । ଶେଷ ଯୋଗ୍ୟ ମହିଳାଙ୍କ ପର୍ଯ୍ୟନ୍ତ ଯୋଜନା ନପହଞ୍ଚିବା ଯାଏଁ ରେଜିଷ୍ଟ୍ରେସନ୍ ଚାଲିବ। ଏ ନେଇ ଭୟଭୀତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ନେଇଛନ୍ତି।
ସୁଭଦ୍ର ଯୋଜନା ଶୁଭାରମ୍ଭ ପୂର୍ବରୁ ରାଜ୍ୟର ୧୦ ହଜାର ସ୍ଥାନରେ ସୁଭଦ୍ରା ସ୍ୱାଗତ ପଦଯାତ ଆରମ୍ଭ ହୋଇଛିି। ଏ ସଚେତନ ରାଲି ସପ୍ତାହ ପର୍ଯ୍ୟନ୍ତ ଗାଁଠୁ ସହର ଚାଲିବ। ଆସନ୍ତା ୧୭ ତାରିଖ ଅର୍ଥାତ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ସହାୟତା ରାଶି ବଣ୍ଟନ କରାଯିବ। ୧୭ ତାରିଖ ପରେ ବି ରେଜିଷ୍ଟ୍ରେସନ ଚାଲିବ। ଆକାଉଣ୍ଟକୁ ପ୍ରଥମ କିସ୍ତି ଯିବ। ଏବେ ଯାଏଁ ୫୦ ଲକ୍ଷ ମହିଳା ପଞ୍ଜିକରଣ କରିସାରିଲେଣି। ୧ କୋଟି ରୁ ଉର୍ଦ୍ଧ ମହିଳାଙ୍କୁ ସାମିଲ ହେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।