ଓଡିଶାଟ୍ୱିନ ସିଟିରାଜ୍ୟ

ରାଜଧାନୀରେ ୯୫ କିମି ଡ୍ରେନ୍‌ ମୁକୁଳା

ସବୁ ମୁକୁଳା ଡ୍ରେନ୍‌ରେ ସ୍ଲାବ ପକାଇବାକୁ ଗୁରୁତ୍ୱ ଦିଆଯିବ

ରାଜଧାନୀରେ ୯୫ କିମି ଡ୍ରେନ୍‌ ମୁକୁଳା ପଡିଛି । ଏସବୁ ଡ୍ରେନ୍‌ ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ସ୍ଲାବ ପକାଇବାକୁ ଲକ୍ଷ୍ୟ ରହିଛି । ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଗତ ୭ବର୍ଷରେ ଡ୍ରେନରେ ପଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି । ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖି ସେ କହିଲେ, ଭୁବନେଶ୍ୱର ଅଞ୍ଚଳରେ ବର୍ତ୍ତମାନ ୧୯୦୭.୭ କିମି ଡ୍ରେନ୍‌ ରହିଛି । ସେଥିମଧ୍ୟରେ ବିଏମସି ଅଧୀନରେ ୧୪୪୮.୨ କିମି ଡ୍ରେନ ଅଛି । ସେଥିରୁ ୬୮.୨ କିମି ମୁଖ୍ୟ ନାଳରେ ସ୍ଲାବ ପକାଯାଇନି । ସେହିପରି ୧୩୮୦ କିମି ଶାଖା ଡ୍ରେନ୍‌ରୁ ୨୭ କିମି ଡ୍ରେନ୍‌ରେ ସ୍ଲାବ ପଡ଼ିନି । ପୂର୍ତ୍ତ ବିଭାଗ ଅଧୀନରେ ୩୬୦ କିମି ଡ୍ରେନ୍‌ ରହିଛି । ଏହା ସହ ଇଡ୍‌କୋ ଅଧୀନରେ ୬୫ କିମି ଓ ଏନ୍‌ଏଚ୍‌ଏଆଇ ଅଧୀନରେ ୩୪.୫ କିମି ଡ୍ରେନ୍‌ ଅଛି । ଏସବୁ ଡ୍ରେନ୍‌ରେ ସ୍ଲାବ ପଡିଛି । ରାଜଧାନୀରେ କୃତ୍ରିମ ବନ୍ୟା ସମସ୍ୟା ବିଗତ ୨୪ ବର୍ଷର । ଆମେ ଏବେ ଏଥିପ୍ରତି ଧ୍ୟାନ ଦେବୁ । ସବୁ ମୁକୁଳା ଡ୍ରେନ୍‌ରେ ସ୍ଲାବ ପକାଇବାକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!