ତପ୍ତ କାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ୱରୀ
ବୃସଭାନୁ ସୁତା ଦେବୀ ପ୍ରଣମାମି ହରି ପ୍ରିୟେ
ଭଗବାନ ଶ୍ରୀକୃଷ୍ଣଙ୍କର ହୃଦୟ ର ସ୍ପନ୍ଦନ, ଶ୍ରୀରାଧା ବୋଲି କୁହାଯାଏ। ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ” ଭାବରେ ପାଳନ କରି ଥାଆନ୍ତି। ରାଧାଷ୍ଟମୀ ବ୍ରତ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀରେ ପାଳନ କରାଯାଏ। ରାଧାଷ୍ଟମୀ ବୈଷ୍ଣବ ମାନଙ୍କ ମଧ୍ୟରେ ବିଶେଷ ଭାବରେ ପ୍ରଚଳିତ।
ଏହି ରାଧାଷ୍ଟମୀ ଉପଲକ୍ଷେ ଶ୍ରୀମନ୍ଦିର ରେ ଶ୍ରୀ ସୁଦର୍ଶନ ଙ୍କ ଆଶ୍ରମ ବିଜେ ନୀତି ଅନୁଷ୍ଠିତ ହୋଇଥାଏ I